୮ରୁ ବଲାଙ୍ଗୀର ଜିଲ୍ଲା ସଟ୍‌ଡାଉନ୍‌

ବଲାଙ୍ଗୀର : କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ଆସନ୍ତା ୮ ତାରିଖରୁ ୧୧ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲା ସଟ୍‌ଡାଉନ ରହିବ। ଏହି ଘୋଷଣା କରିଛନ୍ତି ଜିଲ୍ଳାପାଳ ଅରିନ୍ଦମ ଡାକୁଆ। ସେ କହିଛନ୍ତି ଏହି ସମୟରେ ଜିଲ୍ଲା ଭିତରେ ଯାନବାହାନ ଚଳାଚଳ, ଦୋକାନ ଓ ବଜାର ବନ୍ଦ ରହିବ।

କଟକଣା ପାଇଁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା ତଥା ପ୍ରତିରକ୍ଷା ପ୍ରତିଷ୍ଠାନ, ପୋଷ୍ଟ ଅଫିସ ଖୋଲା ରହିବ। ଟେଲିକମ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଚଳପ୍ରଚଳ କରିପାରିବେ। ଅନୁମତି ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯାତାୟାତ କରିପାରିବେ। ପାନୀୟଜଳ, ପରିମଳ ବିଭାଗର କର୍ମଚାରୀମାନେ ଯାତାୟାତ କରିପାରିବେ। ଶକ୍ତି ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯାତାୟାତ କରିପାରିବେ। ମାଲବାହୀ ପେଟ୍ରୋଲ ପମ୍ପ ଓ ଗ୍ୟାସ ବିତରଣ କେନ୍ଦ୍ର ସହିତ ଅନଲାଇନ ସେବା ଯୋଗାଉଥିବା କ୍ଷେତ୍ର ଖୋଲା ରହିବ।

ମତାମତ ଦିଅନ୍ତୁ ।