Thu. Jan 23rd, 2020

୨୦ଟି ଖଣି ନିଲାମ ପାଇଁ ଜାରିହେଲା ସାନି ଟେଣ୍ଡର ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟରେ ଥିବା ୨୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ପାଇଁ ଆଜି ସାନି ଟେଣ୍ଡର ଆହ୍ଵାନ କରିଛନ୍ତି ଓଡ଼ିଶା ସରକାର। ପୂର୍ବ ଟେଣ୍ଡର ପ୍ରକ୍ରିୟାରେ କେତେକ ତ୍ରୁଟି କାରଣରୁ ଗତ ୨ ତାରିଖରେ ଏସବୁ ଖଣିଗୁଡ଼ିକର ଟେଣ୍ଡର ପ୍ରକ୍ରିୟାକୁ ରଦ୍ଦ କରାଯାଇଥିଲା। ଏହି ୨୦ଟି ଖଣି ମଧ୍ୟରେ ରହିଛି ୧୨ଟି ଲୁହାପଥର, ୨ଟି ମାଙ୍ଗାନିଜ ଓ ୬ଟି ଲୁହାପଥର-ମାଙ୍ଗାନିଜ ଖଣି। ଏମଏସଟିସି ପକ୍ଷରୁ ଏହି ଟେଣ୍ଡର ଆହ୍ଵାନ କରାଯାଇଛି। ଟେଣ୍ଡର ଡକ୍ୟୁମେଣ୍ଟ ଖରିଦ କରିବାର ଶେଷତାରିଖ ହେଉଛି ଡିସେମ୍ବର ୩୦ ଓ ଜାନୁୟାରୀ ୩୦ ମଧ୍ୟାହ୍ନ ୧୨ଟା ସୁଦ୍ଧା ବିଡ ଦାଖଲ କରିହେବ।

Leave a Reply

Your email address will not be published. Required fields are marked *