Thu. Jan 23rd, 2020

ଅଟୋ ଓଲଟିବାରୁ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ: ରାସ୍ତା ସ୍କୁଲରୁ ଅଟୋ ଓଲଟି ପଡ଼ିବାରୁ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ଶୁଭସ୍ମିତାଙ୍କର ମୃତ୍ୟୁ ଘଟିଛି। ୪ ଜଣ ଗୁରୁତର ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଦୁର୍ଘଟଣା ଏହି ଦୁଃଖଦ ଘଟଣା। ଆହତମାନଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଖବ ଅନୁଯାୟୀ ଆଜି ପିଲାମାନେ ସ୍କୁଲ ଅଟୋରେ ଘରକୁ ଫେରୁଥିବା ସମୟରେ ଗରା ଛକ ନିକଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅଟୋ ତଳେ ଚାପି ହୋଇ ଶୁଭସ୍ମିତାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିଲେ। ଓଭରଲୋଡ୍ ପାଇଁ ଏପରି ଘଟିଥିବା କୁହାଯାଉଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଅଟୋରେ ନିଆଁ ଲଗାଇ ଦେଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।

Leave a Reply

Your email address will not be published. Required fields are marked *