Thu. Jan 23rd, 2020

ପତ୍ନୀଙ୍କ ସହ ଶାଳୀକୁ ବାହାହେଲେ ଯୁବକ

ନୂଆଦିଲ୍ଲୀ : ଗୋଟିଏ ବେଦିରେ ପତ୍ନୀଙ୍କ ସହ ଶାଳୀଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ମଧ୍ୟପ୍ରଦେଶର ଭିଣ୍ଡରେ ହୋଇଥିବା ଏହି ବାହାଘର ଏବେ ଚର୍ଚ୍ଚାରେ ରହିଛି।

ବିବାହ ସମସ୍ତଙ୍କ ସହମତିରେ ହୋଇଛି। ବିବାହ ବେଦିରେ ପତ୍ନୀ ଓ ଶାଳୀ ନବବଧୂ ଭଳି ସଜେଇ ହୋଇଥିବା ବେଳେ ଯୁବକ ଜଣକ ଦୁହିଁଙ୍କୁ ବରଣମାଳା ବରଣମାଳା ଓ ସିନ୍ଦୁର ପିନ୍ଧାଇ ଥିଲେ। ଦିଲ୍ଲୀପ ନାମକ ଏଇ ଯୁବକ ପତ୍ନୀ ବିନିତାଙ୍କ ସହମତିରେ ବିବାହ କରିଛନ୍ତି। ବିନିତା ସରପଂଚ ଥିବାବେଳେ ଉଭୟଙ୍କର ବିବାହ ୯ ବର୍ଷ ତଳେ ହୋଇଥିଲା। ସେମାନଙ୍କର ତିନିଟି ସନ୍ତାନ ଥାଇ ମଧ୍ୟ ସମ୍ପର୍କୀୟ ଶାଳୀ ରଚନାଙ୍କୁ ବିବାହ କରିଛନ୍ତି।

ଦ୍ଵିତୀୟ ବିବାହକୁ ନେଇ ଦିଲ୍ଲୀପ କହିଛନ୍ତି ପ୍ରଥମ ପତ୍ନୀଙ୍କ ସ୍ୱାସ୍ଥ୍ୟ ଠିକ ରହୁନଥିବାରୁ ଓ ଘରେ ତିନିଟି ସନ୍ତାନଙ୍କୁ ଦେଖାଶୁଣା କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ତାଙ୍କ କହିବା କଥା ହେଲା ବହୁ ଦିନ ଧରି ରଚନାଙ୍କୁ ପସନ୍ଦ କରୁଥିଲେ। ପରିବାର ଓ ପତ୍ନୀ ଦ୍ଵିତୀୟ ବିବାହ ପାଇଁ ପରାମର୍ଶ ଦେବାରୁ ସେ ରଚନାଙ୍କ ନାମ କହିଥିଲେ। ଏଥିରେ ସମସ୍ତେ ରାଜି ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *