Sun. Jan 26th, 2020

ଝିଅର ଦୁଷ୍କର୍ମ ପାଇଁ ସହାୟତା କରୁଥିଲେ ମା’

ନୂଆଦିଲ୍ଲୀ : ଭାବନଗର ପଲିତାନା ତାଲୁକା ଅଞ୍ଚଳର ଭୁଟିଆ ଗ୍ରାମରେ ଘଟିଛି ଲଜ୍ଜାଜନକ ଘଟଣା। ନାବାଳିକା ଝିଅସହ ଦୁଷ୍କର୍ମ ପାଇଁ ମା’ କରୁଥିଲେ ସହାୟତା। ଏହାର ସୁଯୋଗ ନେଇ ୩ ଜଣ ଲୋକ ନାବାଳିକାକୁ ଦୀର୍ଘ ୧ ବର୍ଷ ଧରି ଦୁଷ୍କର୍ମ କରି ଆସୁଥିଲେ। ଶନିବାର ପୋଲିସରେ ଏହି ଅଭିଯୋଗ ଆଣିଛନ୍ତି ପୀଡ଼ିତାର ବାପା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୀଡ଼ିତାର ମାଆ କେଉଁ ଆଡ଼େ ପଳାଇ ଯାଇଛନ୍ତି। ଅଭିଯୁକ୍ତମାନେ ହେଲେ ଶାନ୍ତି, ବାବୁ ଭାଇ ଓ ଚନ୍ଦ୍ରେଶ।

ପୀଡ଼ିତା ନାବାଳିକାର ବାପା ଅଭିଯୋଗ କରିଛନ୍ତି ଯେ ୩ ଜଣ ଲୋକ ଲଗାତର ଭାବେ ତାଙ୍କ ଝିଅକୁ ଦୁଷ୍କର୍ମ କରି ଆସୁଥିଲେ। ତାଙ୍କ ପତ୍ନୀଙ୍କର ଏଥିରେ ହାତ ରହିଛି। ତାଙ୍କୁ କିଛି ଖୁଆଇବା ବାହାନାରେ ବାହାରକୁ ଡାକି ନିଆଯିବା ପରେ ଝିଅକୁ ଦୁଷ୍କର୍ମ କରାଯାଉଥିଲା ବୋଲି ସେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *