Wed. Jan 29th, 2020

ପ୍ରଶାନ୍ତ ନନ୍ଦଙ୍କ ‘ଚଳଚିତ୍ର ପୁରାଣ’ ଉନ୍ମୋଚିତ

ଭୁବନେଶ୍ଵର : ଓଡିଆ ଚଳଚିତ୍ରର ପ୍ରଖ୍ୟାତ ନାୟକ ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ବହି ‘ ଚଳଚିତ୍ର ପୁରାଣ ‘ଉନ୍ମୋଚିତ ହୋଇଛି। ପୁସ୍ତକରେ ୧୯୩୬ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ତଥ୍ୟ ରହିଛି। ଓଡିଆ ଚଳଚିତ୍ରର ଗତି ପ୍ରଗତି ସହିତ ଆଜି ଓଡିଆ ଚଳଚିତ୍ର ସଫଳ ହେଉ ନାହିଁ ତାହା ଉଲ୍ଲେଖ କରାଯାଇଛି।

ସାଂସଦ ଶ୍ରୀ ନନ୍ଦ ଏହି ପୁସ୍ତକର ପ୍ରଥମ କପିକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଅର୍ପଣ କରିଛନ୍ତି। ଏଥିସହ ଇଂରାଜୀରେ ଖାରବେଳ, ଦି ୱାରିଅରକୁ ନୋବେଲ ରୂପରେ ଲେଖାଯାଇଥିବା ବେଳେ ଇତିହାସର ରହିଛି ସଂପୂର୍ଣ୍ଣ ବିବରଣୀ। ଇଂରାଜୀରେ “ଦି କ୍ବେଷ୍ଟ” ନାମକ ପୁସ୍ତକକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏ ସମସ୍ତ ବହି ପ୍ରଶାନ୍ତ ନନ୍ଦ ଲେଖିଛନ୍ତି। ଏହି ଅବସରରେ ସେ କହିଛନ୍ତି ଓଡିଆ ଚଳଚିତ୍ର ସଂକଟ ଦେଇ ଗତି କରୁଛି। କିନ୍ତୁ ଆଶା ରହିଛି ଓଡିଆ ଚଳଚିତ୍ର ପୁଣି ଉପରକୁ ଉଠିବ।

Leave a Reply

Your email address will not be published. Required fields are marked *