Wed. Jan 29th, 2020

ମଧୁମେହକୁ ନିୟନ୍ତ୍ରଣ କରେ ସ୍ଵତନ୍ତ୍ର ଅଟାର ରୁଟି

ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢୁଛି। ଏହି ରୋଗୀଙ୍କଠାରେ ଦେଖାଯାଉଛି ହୃଦ୍‌ରୋଗ ଓ କିଡ୍‌ନୀ ଭଳି ଅନେକ ସମସ୍ୟା। ରୋଗର ଉପଶମ ପାଇଁ କିଏ ଦୈନିକ ଟାବୋଲେଟ ଖାଉଛିତ ଆଉ କେତେକ ନେଉଛନ୍ତି ଇନ୍‌ସୁଲିନ୍‌। ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟପେୟରେ ବି ରହୁଛି କଟକଣା। ତେବେ କେଉଁ ଅଟାରୁଟି ଖାଇବା ଉଚିତ ଆସନ୍ତୁ ସେ ବିଷୟରେ ଜାଣିବା।

ଗହମ, ଚାଉଳ ରୁଟି : ମଧୁମେହ ରୋଗୀ ଗହମ ଓ ଚାଉଳରେ ପ୍ରସ୍ତୁତ ରୁଟିକୁ ମିଶାଇ ଖାଇପାରିବେ।

ଚଣା ରୁଟି : ମଧୁମେହ ରୋଗୀଙ୍କ ପାଇଁ ଲାଗି ଏହା ବରଦାନ ସଦୃଶ ହୋଇଥାଏ। ଅନେକ ସମୟରେ ଡାକ୍ତର କେବଳ ଅଟା ରୁଟି ଖାଇବା ବଦଳରେ ଚଣା ଓ ଅଟା ରୁଟି ଖାଇବାକୁ କହିଥାନ୍ତି। ଏହା ସୁଗାର ସ୍ତରକୁ ନିୟନ୍ତ୍ରଣ କରେ।

ହାଇ ଫାଇଭର ରୁଟି : ମଧୁମେହ ରୋଗୀ ହାଇ ଫାଇଭର ରୁଟି ଖାଇବା ଉଚିତ। ରକ୍ତ ଶର୍କରାକୁ ଏହା ନିୟନ୍ତ୍ରଣରେ ରଖେ। ଏତିରେ ଯଅ ଓ ବାଜରା ସହିତ ଫାଇଭରର ମାତ୍ରା ଅଧିକ ରହିଥାଏ।

କାର୍ବୋହାଇଡ୍ରେଡ୍‌, କ୍ୟାଲୋରି : ସ୍ୟାଣ୍ଡୱିଚ୍‌ କିମ୍ବା ରୁଟି ଖାଇବା ସମୟରେ ସେଥିରେ ଯେପରି କାର୍ବୋହାଇଡ୍ରେଡ୍‌, କ୍ୟାଲୋରି ପରିମାଣ ନ ରୁହେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଯାହାର ବିକଳ୍ପରେ ଆପଣ ବିଭିନ୍ନ ଶସ୍ୟ ବା (ମଲ୍‌ଟିଗ୍ରିନ୍‌)କୁ ବାଛିପାରିବେ।

Leave a Reply

Your email address will not be published. Required fields are marked *