Wed. Jan 29th, 2020

ବିଜେପି ମହାକାଳପଡ଼ା ସମାବେଶରେ ବିଜୟଙ୍କ ଦେଖା ମିଳିଲାନି

ଭୁବନେଶ୍ୱ : ଓଡିଶାରେ ବିଜେପି ସଂଗଠନ ଗୋଟିଏ ରାସ୍ତାରେ ଚାଲୁନି। ନେତାଙ୍କ ମଧ୍ୟରେ ଭିନ୍ନତା ରହିଛି। ଦଳ ଭିତରେ ଗୋଟିଏ ଗୋଷ୍ଠୀର ପ୍ରଭାବ ରହିଥିବାରୁ ଦକ୍ଷ ଓ ଅଭିଜ୍ଞ ନେତାମାନେ କୋଣଠେସା ହୋଇ ଯାଇଛନ୍ତି। ସବୁବେଳେ ଏପରି ଚର୍ଚ୍ଚା ହେଉଥିଲା। ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାଠାରେ ଅନୁଷ୍ଠିତ ଦଳର ସମାବେଶ ଏହାକୁ ପ୍ରମାଣିତ କରିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବାହାରୁ ଯାଇ ଅନେକ ନେତା ସାମିଲ ହୋଇଥିଲେ ହେଁ ମାଟିର ପୁଅ ତଥା ଟାଣୁଆ ନେତା ବିଜୟ ମହାପାତ୍ରଙ୍କୁ ଦେଖିବାକୁ ମିଲିନି। ଏହାକୁ ନେଇ ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେକ ବିଜୟଙ୍କ ଅନୁପସ୍ଥିତିକୁ ଗତ ନିର୍ବାଚନ ସହିତ ଯୋଡି ତାଙ୍କ ପରାଜୟ ପାଇଁ ବିଜେପିର ପ୍ରଭାବଶାଳୀ ଗୋଷ୍ଠୀ ଚକ୍ରାନ୍ତ କରିଥିଲେ ବୋଲି କହୁଛନ୍ତି।

ନାଗରିକତା ସଂଶୋଧନ ଆଇନ(ସିଏଏ) ସମର୍ଥନରେ ବିଜେପିର ସର୍ବଭାରତୀୟ ଜନସମ୍ପର୍କ ଅଭିଯାନ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି। ମହାକାଳପଡ଼ାଠାରେ ଏକ ବିଶାଳ ବିସ୍ଥାପିତ ସମାବେଶରେ ଯୋଗ ଦେଇ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଅଭିଯାନକୁ ଶୁଭାରମ୍ଭ କରିବା ସହିତ ବିରୋଧୀଙ୍କ ଅପପ୍ରଚାର ଉପରେ ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଥିଲେ। ସମାବେଶରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ପ୍ରାୟତଃ ସବୁ ନେତା ଯୋଗ ଦେଇଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ଥିଲେ ଅନୁପସ୍ଥିତ। ସବୁଠାରୁ ବଡ କଥା ହେଲା ମହାକାଳପଡ଼ାଠାରେ ସମାବେଶକୁ ସଫଳ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଗତ କିଛଦିନ ଧରି ଜୋରଦାର ପ୍ରୟାସ ଚାଲିଥିଲା। କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ କହୁଥିଲେ ନେତା। ଏହସତ୍ତ୍ଵେ ବିଜୟ ଅନୁପସ୍ଥିତ ରହିଲେ କାହିଁକି ? ତାଙ୍କୁ ଡାକଗଲାନି ନା ଜାଣିଶୁଣି ସମାବେଶକୁ ଗଲେନି ? ସାଧାରଣରେ ଏବେ ଏହି ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ଯାହା ସୂଚନା ମିଳିଛି ସମାବେଶରେ ବିଜୟ ଯୋଗ ଦିଅନ୍ତୁ ଦଳର ପ୍ରଭାବଶାଳୀ ଗୋଷ୍ଠୀର ମୁଖିଆ ଚାହୁଁ ନଥିଲେ। ସେଥିପାଇଁ ତାଙ୍କୁ ଗତକାଲି ରାତିରେ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ଏତେ ବଡ଼ ଦଳୀୟ କାର୍ଯ୍ୟକ୍ରମ। ଏତେ ପ୍ରଚାର। କିନ୍ତୁ ବିଜୟଙ୍କୁ ଆଗରୁ ସୂଚିତ କରାଗଲାନି। ଏହା ତାଙ୍କ ପ୍ରତି ଅପମାନ। ବୋଧହୁଏ ଶ୍ରୀ ମହାପାତ୍ର ଏହା ଅନୁଭବ କରି ଆଜିର କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଲେ। ଯଦି ଦଳରେ ବରିଷ୍ଠ ନେତାମାନଙ୍କର ଏଭଳି ଅବସ୍ଥା। ତେବେ ରାଜ୍ୟ ସଭାପତି ଚୟନ କେଉଁ ଆଧାରରେ ହେବ ତାହା କହିବା ଆଉ ଉଚିତ ମନେ ହେଉନାହିଁ। ଏହା ନିଶ୍ଚିତ ଯେ, ପ୍ରଭାବଶାଳୀ ନେତାଙ୍କର ଜଣେ କେହି ସମର୍ଥକ ଏହି ଚଉକିରେ ବସିବେ।

Leave a Reply

Your email address will not be published. Required fields are marked *