Wed. Jan 29th, 2020

ବାହାହେବେ କଙ୍ଗନା

ମୁମ୍ବାଇ : ବିବାହକୁ ଗତ କିଛି ବର୍ଷ ହେଲା ଏଡାଇ ଆସୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣୱାତ ଘର ସଂସାର କରିବାକୁ ଯାଉଛନ୍ତି। କଙ୍ଗନା ଏ ନେଇ ପରୋକ୍ଷରେ ସୂଚନା ଦେବା ପରେ ଚର୍ଚ୍ଚା ଜୋର୍‌ ଧରିଛି। ଶୁଣିବାକୁ ମିଳୁଛି ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ସହ ତାଙ୍କର ବିବାହ ହେବ। ଗତ କିଛି ମାସର ପ୍ରେମ ସମ୍ପର୍କ ଶେଷରେ ବିବାହର ରୂପ ନେବାକୁ ଯାଉଛି ବୋଲି କୁହାଯାଉଛି। ହେଲେ ନିତେଶ ବିବାହିତ। ନିତେଶଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ସିନେମା ‘ପାଙ୍ଗା’ରେ କଙ୍ଗନା ଅଭିନୟ କରୁଛନ୍ତି। ଏବେ ଦେଖିବାକୁ ବାକି ରହିଲା କେବେ ହେଉଛି ଏ ଦୁହିଁଙ୍କ ବିବାହ।

Leave a Reply

Your email address will not be published. Required fields are marked *