Wed. Jan 29th, 2020

ନୂଆ ବଜାଜ୍ ଚେତକ: ୭୦ହଜାର କିଲୋମିଟର ପରେ ବ୍ୟାଟେରି ବଦଳିବ

ମୁମ୍ବାଇ : ଦୀର୍ଘ ୧୪ ବର୍ଷର ବ୍ୟବଧାନ ପ‌ରେ ରାସ୍ତାରେ ଦେଖିବାକୁ ମିଳିବ ବଜାଜ୍ ଚେତକ ସ୍କୁଟର। ନୂଆ ଟେକ୍ନଲଜିରେ ତିଆରି ଏହି ଚେତକ ଇଲେକଟ୍ରିକ ଭର୍ସନ ବ୍ୟାଟେରିରେ ଚାଲିବ।

ମଙ୍ଗଳବାର ବଜାଜ କମ୍ପାନି ଚେତକ ଲଞ୍ଚ କରିଛି। ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଥିବା ବେଳେ ୧୫ ଜାନୁଆରିରୁ ଏହାର ବୁକିଂ ଆରମ୍ଭ ହେବ। ମାତ୍ର ୨ ହଜାର ଟଙ୍କା ଦେଇ କମ୍ପାନିର ୱେବସାଇଟରେ ବୁକିଂ କରିପାରିବେ ଗ୍ରାହକ। ପ୍ରଥମେ ପୁଣେରେ କମ୍ପାନି ଏହାର ବିକ୍ରି ଆରମ୍ଭ କରିବ। ଏହାପରେ ବାଙ୍ଗାଲୋର ସମେତ ଦେଶର ଅନ୍ୟ ସହରରେ ଚେତକ ସ୍କୁଟର ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଗ୍ରାହକ ଚେତକ ସ୍କୁଟର ବୁକିଂ କରିପାରିବେ।

ବଜାଜ ଚେତକ ଇଲେକଟ୍ରିକ ସ୍କୁଟର ଇକୋ ଓ ସ୍ପୋର୍ଟ ମଡେଲର ରହିଥିବା ବେଳେ ଇକୋ ମୋଡରେ ଏହା ୯୫ କିଲୋମିଟର ଓ ସ୍ପୋର୍ଟ ମୋଡରେ ଏହା ୮୫ କିଲୋମିଟର ଯାଇପାରିବ। ପେଟ୍ରୋଲ ପମ୍ପ ଆଉଟଷ୍ଟେସନ ଛଡା ଘରେ ମଧ୍ୟ ଏହାକୁ ଚାର୍ଜ କରାଯାଇପାରିବ। ୭୦ ହଜାର କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରଥମ ବ୍ୟାଟେରି କାର୍ଯ୍ୟ କରିବ। ବର୍ଷକୁ ମାତ୍ର ଥରେ ସର୍ଭିସିଂ କରିବାକୁ ପଡିବ। କିନ୍ତୁ ୧୨ ହଜାରରୁ ଅଧିକ କିଲୋମିଟର ଯାତ୍ରା କଲେ ବର୍ଷକ ପୂର୍ବରୁ ହେବ ସର୍ଭିସିଂ।

Leave a Reply

Your email address will not be published. Required fields are marked *