Wed. Feb 26th, 2020

ସେକ୍ସ କରିବା ବେଳେ କଣ୍ଡୋମ ବ୍ୟବହାର ନକରିବାରୁ ରୁଜୁ ହେଲା ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ : ଡେଟ୍ କରୁଥିବା ଜଣେ ମହିଳାଙ୍କ ସହିତ ସେକ୍ସ କରିବା ବେଳେ କଣ୍ଡୋମ ବ୍ୟବହାର ନକରିବା ନେଇ ଜଣେ ଡାକ୍ତରଙ୍କ ଉପରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହି ଅଭିଯୋଗ ପରେ  ଡାକ୍ତର ମାଥ୍ୟୁ ସିଭେଲଙ୍କୁ ଗିରଫ କରାଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ବ୍ରିନେଟରେ ଦେଖିବାକୁ ମିଳିଛି। ବିଶ୍ବର ବହୁ ଦେଶରେ ପାର୍ଟନରଙ୍କ ଇଛା ବିରୋଧରେ କିମ୍ବା ମିଛ କହି ସେକ୍ସ କରିବା ବେଳେ କଣ୍ଡୋମ ହଟାଇ ଦିଆଯିବା ଦୁଷ୍କର୍ମ ବୋଲି ମନେକରାଯାଏ। କୋର୍ଟ ଏହାକୁ ସହମତିର ଉଲଂଘନ ବୋଲି ମାନନ୍ତି।

ବ୍ରିଟେନର ଟ୍ବିକେନହମରେ ରହୁଥିବା ମ୍ୟାଥୁ ମିଡଲସବ୍ରଗର ସରକାରୀ ହସ୍ପିଟାଲରେ କାମ କରୁଥିଲେ। ପ୍ରସିକ୍ୟୁଟର କୋର୍ଟରେ କହିଥିଲେ ଯେ, ପୀଡିତା ଭାବୁଥିଲେ ମ୍ୟାଥୁ କଣ୍ଡୋମର ବ୍ୟବହାର କରୁଛନ୍ତି।ଜଣେ ଅଧିକାରୀ କୋର୍ଟକୁ କହିଛନ୍ତି, ଯଦି ପୀଡିତାଙ୍କୁ ଜଣାଥାଆନ୍ତା ମ୍ୟାଥୁ କଣ୍ଡୋମ ବ୍ୟବହାର କରୁନାହାନ୍ତି ତେବେ ସେ ସେକ୍ସ ପାଇଁ ସହମତି ପ୍ରକାଶ କରିନଥାନ୍ତେ। ଏଥିପାଇଁ କହିପାରିବେ ମ୍ୟାଥୁ ପୀଡିତାଙ୍କ ଦୁଷ୍କର୍ମ କରିଥିଲେ।

କୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, ଦୁହିଁଙ୍କର ସାକ୍ଷାତ ଡେଟିଂ ଆପ ଟିଣ୍ଡର ଜରିଆରେ ହୋଇଥିଲା। ମ୍ୟାଥୁ ତାଙ୍କର ବୟସ ନେଇ ମିଛ କଥା କହିଥିଲେ। ମ୍ୟାଥୁଙ୍କ ବୟସ ୩୬ ବର୍ଷ ଥିଲା, କିନ୍ତୁ ସେ ନିଜର ପ୍ରୋଫାଇଲରେ ନିଜର ବୟସ ୨୭ ଲେଖିଥିଲେ। ଏହି କଥାକୁ ସେ ନିଜେ ସ୍ବୀକାର ମଧ୍ୟ କରିଥିଲେ। ତେବେ ମ୍ୟାଥୁ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସହମତି ଭିତ୍ତିରେ ପରସ୍ପର ମଧ୍ୟରେ ସେକ୍ସ ହୋଇଥିଲା। ଏହି ମାମଲାର ଆଗାମୀ ଶୁଣାଣି ଜାରି ରହିଛି।

Leave a Reply

Your email address will not be published. Required fields are marked *