Wed. Feb 26th, 2020

କଳହ ସମାଧାନ ପାଇଁ ଯାଇଥିବା ମହିଳା ଏଏସଆଇଙ୍କ ନାକ ଫାଟିଲା

ଭୁବନେଶ୍ଵର : ପାରିବାରିକ କଳହର ସମାଧାନ ପାଇଁ ଯାଇଥିବା ମହିଳା ଏଏସଆଇଙ୍କୁ ମାଡ଼। ଏହି ଆକ୍ରମଣରେ ଏଏସଆଇଙ୍କ ନାକ ଫାଟିଛି। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲାର ପଦନପୁର ଗାଁରେ। ମହିଳା ଏଏସଆଇଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆନନ୍ଦପୁରର ଏସଡିପିଓ ବିଦ୍ୟୁତ୍ ଚନ୍ଦ୍ର ପଣ୍ଡା କହିଛନ୍ତି।

ମିଳିଥିବା ଖବର ଅନୁଯାୟୀ ଗତକାଲି ଏଏସଆଇ ଅନସୂୟା ନିଜ ଟିମ୍ ସହ ଏକ ପାରିବାରିକ କଳହର ସମାଧାନ କରିବା ପାଇଁ ପଦନପୁର ଗାଁକୁ ଯାଇଥିଲେ। ସେଠାରେ କଳହର ସମାଧାନ ନେଇ ଆଲୋଚନା ଚାଲୁଥିବା ବେଳେ ଜଣେ ଯୁବକ ହଠାତ ଏଏସଆଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ନାକ ଫାଟି ଯାଇ ରକ୍ତସ୍ରାବ ହୋଇଥିଲା। ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାପଡିଛି। ଆନନ୍ଦପୁରର ଏସଡିପିଓ କହିଛନ୍ତି ମାଡ଼ ମାରିଥିବା ଯୁବକକୁ ଆମେ ଚିହ୍ନଟ କରି ସାରିଛୁ। ତାକୁ ଗିରଫ କରିବା ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

Leave a Reply

Your email address will not be published. Required fields are marked *