Wed. Feb 26th, 2020

ପେଟ୍ରୋଲ ଢାଳି ନିଆଁ ଲଗାଇବାରୁ ଯୁବକ ଗୁରୁତର

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଳଗୁଣ୍ଠା ଧୁମୁଛଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସନ୍ତୋଷ ନାୟକ ଯୁବକ ଦେହରେ ପେଟ୍ରୋଲ ଢାଳି କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ ତାର ଅନେକ ଅଂଶ ପୋଡିଯାଇଛି। ଖବର ଅନୁଯାୟୀ ପ୍ରଥମେ ଜଣେ ଯୁବକ ସନ୍ତୋଷଙ୍କୁ ଡାକିଥିଲେ। ସେ ଯିବା ପରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *