Wed. Feb 19th, 2020

ପୋଲିସ ଅଫିସରଙ୍କ ଚୁଟି କାଟି ମାଡଦେଲେ ଗ୍ରାମବାସୀ

ନୂଆଦିଲ୍ଲୀ : ଆସାମରରେ ତଦନ୍ତ କରିବା ପାଇଁ ଯାଇଥିବା ଦୁଇଜଣ ପୋଲିସ ଅଫିସରଙ୍କୁ ଗ୍ରାମବସୀ ଗଛରେ ବାନ୍ଧି ମାଡ ମାରିବା ସହିତ ଲଣ୍ଡା କରିଛନ୍ତି। ନଗାମ୍ବ ଜିଲ୍ଲାର ରାହା ପୋଲିସ ଷ୍ଟେସନ ଥପରମୁଖର ମିଲନପୁର ଅଞ୍ଚଳରେ ଘଟିଛି ଏହି ଘଟଣା।

ସୂଚନା ଅନୁଯାୟୀ ହିରକଜ୍ୟୋତି ନାଥ ଓ ତାଙ୍କ ପରିବାର ଉପରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ୨ଜଣ ପୋଲିସ କର୍ମୀ ଗ୍ରାମକୁ ଯାଇଥିଲେ। ହୀରକ ନିଜ ପତ୍ନୀଙ୍କୁ ଅତ୍ୟାଚାର କରୁଥିବା ଅଭିଯୋଗ ରହିଥିଲା। ପୋଲିସ ପହଚିଁବା ପରେ ଗ୍ରାମବାସୀ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣକାରୀଙ୍କ ମଧ୍ୟରେ ସାମିଲ ଥିଲେ ହୀରକ ଓ ତାଙ୍କ ପରିବାର ସଦସ୍ୟ।

ଆକ୍ରମଣକାରୀମାନେ ପୋଲିସ ଅଫିସରଙ୍କୁ ଗଛରେ ବାନ୍ଧି ମାଡ ମାରିବା ସହିତ ଚୁଟି କାଟିଦେଇଥିଲେ। ଘଟଣା ସମ୍ପର୍କରେ ଜଣେ ଗ୍ରାମରକ୍ଷୀ ପୋଲିସ ଷ୍ଟେସନରେ ଜଣାଇବା ପରେ ଅନ୍ୟ ଅଧିକାରୀମାନେ ସେମାନଙ୍କୁ ମୁକୁଳାଇଥିଲେ। ଉଭୟଙ୍କୁ ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୋଲିସ ଅଧିକାରୀମାନେ ନିଶାସକ୍ତ ଅବସ୍ଥାରେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *