Wed. Feb 19th, 2020

ଟ୍ରାକ୍ଟର-ବାଇକ୍‌ ଧକ୍କା, ପ୍ରଧାନଶିକ୍ଷକ ମୃତ

ଭୁବନେଶ୍ଵର : କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ବାସ୍ତାମ୍ୱା ନିକଟରେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେବାରୁ ଭନସୁଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଚକ୍ରଧର ପାଲଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ଘଟିଛି ଏହି ଦୁର୍ଘଟଣା। ସାଧାରଣତନ୍ତ୍ର ଦିବସ ପାଇଁ ଗିଫ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଯାଇ ସେ କୋଟପାଡ଼ରୁ ଭନସୁଲିକୁ ଫେରୁଥିବା ବେଳେ ବାସ୍ତାମ୍ୱା ନିକଟରେ ଟ୍ରାକ୍ଟର ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *