Wed. Feb 19th, 2020

ମାଲକାନଗିରି: ମାଓବାଦୀ–ଗ୍ରାମବାସୀ ସଂଘର୍ଷରେ ଜଣେ ମାଓବାଦୀର ମୃତ୍ୟୁ

ଭୁବନେଶ୍ଵର : ମାଲକାନଗିରି ଜିଲ୍ଲା ପାପରମେଟଲା ଥାନା ଯୋଡ଼ାଆମ୍ବ ଗାଁରେ ମାଓବାଦୀ–ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ମାଓବାଦୀମାନେ ୧୦ରୁ ଅଧିକ ଘର ଜାଳିଦେଇଥିବା ବେଳେ ଗ୍ରାମବାସୀ ଜଣେ ମାଓବାଦୀକୁ ମାରିଦେଇଛନ୍ତି। ଏହି ଘଟଣା ପରେ ଭୟରେ ଲୋକେ ଗାଁ ଛାଡ଼ି ନିକଟସ୍ଥ କୁନ୍ତୁରୁପଦର ପୋଲିସ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ଖବର ଅନୁଯାୟୀ ମାଓବାଦୀମାନେ ଜନ୍ତୁରାଇଗାଁକୁ ଆସି ରାସ୍ତା ସଂଯୋଗୀକରଣ କାମକୁ ବିରୋଧ କରିବାକୁ ଗ୍ରାମବାସୀଙ୍କୁ କହିଥିଲେ। ଏହାକୁ ନେଇ ଗ୍ରାମବାସୀ ବିରୋଧ କରିବାରୁ ମାଓବାଦୀଙ୍କ ସହ ବଚସା ହୋଇଥିଲା। ମାଓବାଦୀମାନେ ଗୁଳି ଚାଳନା କରିବାରୁ ଗ୍ରାମବାସୀ ଟେକାସହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ପାଲଟା ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ଜନ୍ତୁରାଇକୁ ରାସ୍ତା ସଂଯୋଗୀକରଣ କାମ ହୋଇଥିଲା।

Leave a Reply

Your email address will not be published. Required fields are marked *