Wed. Feb 19th, 2020

ସାଇକେଲ୍ ଦୋକାନୀଙ୍କ ଟଙ୍କା ସୁଝିନାହାନ୍ତି ସଲମାନ

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ ସାଇକେଲ ମରାମତି କରି ଆଜିଯାଏ ଦୋକାନୀକୁ ଟଙ୍କା ଦେଇନାହାନ୍ତି। ନିକଟରେ ଉମଙ୍ଗ-୨୦୨୦ର ଇଭେଣ୍ଟରେ ସଲମାନ ନିଜେ ଏହି କଥା ସ୍ଵୀକାର କରିଛନ୍ତି। ଯାହା ଏବେ ସିନେ ପ୍ରେମୀଙ୍କ ପାଇଁ ଚର୍ଚ୍ଚାର ଖୋରାକ ହୋଇଛି।

ଦବଙ୍ଗ ଷ୍ଟାର ସଲମାନ ଖାନ ଫିଲ୍ମ ଓ ସମାଜ ସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ଗୋଟିଏ ନୂଆ କଥା କହି ଦର୍ଶକଙ୍କୁ ଆଲୋଚନା ପାଇଁ ଖୋରାକ ଯୋଜଇଛନ୍ତି। ଉମଙ୍ଗ ୨୦୨୦ର ଇଭେଣ୍ଟରେ ସେ କହିଛନ୍ତି ଥରେ ସାଇକେଲ୍‌ରେ ବାହାରକୁ ଯାଇଥିଲେ। ସେହି ସମୟରେ ସାଇକେଲ୍‌ ଖରାପ ମରାମତି ପାଇଁ ସାଇକେଲ ଦୋକାନକୁ ଯାଇଥିଲେ। ହେଲେ ତାଙ୍କ ପାଖରେ ଟଙ୍କା ନଥିଲା। ସାଇକେଲ ମେକାନିକ୍‌ଙ୍କୁ ପରେ ଟଙ୍କା ଦେବୀ ବୋଲି କହି ସାଇକେଲ ସଜାଡିଥିଲେ। କିନ୍ତୁ ଆଜିଯାଏଁ ଦେଇନାହାନ୍ତି।

ସେଇ ବୃଦ୍ଧ ସାଇକେଲ ମେକାନିକ୍‌ ଜଣକ କହିଛନ୍ତି ସଲମାନ ସାନବେଳେ ଏମିତି କରୁଥିଲେ। ସବୁବେଳେ ଟଙ୍କା ଆଣିବାକୁ ଭୁଲିଯାଉଥିଲେ। ପିଲାବେଳେ ସାଇକେଲ ଠିକ୍‌ କରାଇନେଇ ପରେ ଟଙ୍କା ଦେଇଦେବେ ବୋଲି କହିଥିଲେ। ହେଲେ ଆଜିଯାଏଁ ଟଙ୍କେ ୨୫ ପଇସା ଦେଇନାହଁନ୍ତି। ପରେ ଯେତେବେଳେ ସଲମାନ ସାଇକେଲ୍‌ ମେକାନିଙ୍କ ବାକି ଟଙ୍କା ଫେରାଇବାକୁ ଯାଇଥିଲେ ସେ ନେବାକୁ ମନା କରି ଦେଇଥିଲେ।

Leave a Reply

Your email address will not be published. Required fields are marked *