Sun. Feb 23rd, 2020

ପେଟରେ ଷ୍ଟୋନ ସମସ୍ୟା ଦୂରକରେ କୋଳଥ ଡାଲି

କୋଳଥ ଡାଲି ସ୍ଵାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏଥିରେ ରହିଛି ପୁଷ୍ଟିସାର, ଲୌହସାର, କ୍ୟାଲସିୟମ। ଶ୍ୱେତସାର ଓ ଚର୍ବିର ମାତ୍ରା ମଧ୍ୟ କମ୍। କୋଳଥ ଡାଲି ନିୟମିତ ଖାଇଲେ ମେଦ ବହୁଳତା ହ୍ରାସ ପାଏ। କୋଳଥ ଡାଲିର କିଛି ଚମତ୍କାରୀ ଗୁଣ ଶରୀରକୁ ସୁସ୍ଥ ରଖିଥାଏ। ଏହି ଡାଲି ଖାଇବା ଦ୍ୱାରା ପେଟରେ ଷ୍ଟୋନ ସମସ୍ୟା ଦୂର ହୋଇଥାଏ। ଏଥିରେ ଭିଟାମିନ-ଏ ଥିବାରୁ ଏହା ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। କୋଳଥ ଡାଲି ଖାଇଲେ ଯକୃତ ଦୁର୍ବଳ ହୁଏ ନାହିଁ। ଶ୍ୱାସ ଓ କଫ ରୋଗୀଙ୍କ ପାଇଁ ଲାଭଦାୟକ। କୋଳଥକୁ ଚୂନାକୁ ପ୍ରତିଦିନ ଦୁଇ ଚାମଚ ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।

Leave a Reply

Your email address will not be published. Required fields are marked *