Wed. Feb 26th, 2020

ଶୋଇଥିବା ସ୍ତ୍ରୀର ତଣ୍ଟି କାଟିଦେଲା ସ୍ୱାମୀ

ଭୁବନେଶ୍ଵର : ଘରୋଇ କଳହର କରୁଣ ପରିଣତି। ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ଵାମୀ। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନାଣ୍ଡିପୋଲିଆ ଗାଁରେ ଘଟିଛି। ମୃତକଙ୍କ ନାଁ ସବିତା ନାୟକ। ଅଭିଯୁକ୍ତଙ୍କ ନାଁ ସୁବାସ ନାୟକ। ଘଟଣା ଦିନ ସକାଳେ ସୁବାସ ଓ ସବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ସବିତା ଶୋଇଥିବା ସମୟରେ ଏକ ଧାରୁଆ ବ୍ଲେଡ୍‌ରେ ସୁବାସ ତା’ର ତଣ୍ଟି କାଟି ଦେବାରୁ ଘଟଣାସ୍ଥଳରେ ସବିତାର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିବା ବେଳେ ସୁବାସଙ୍କୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *