Wed. Feb 19th, 2020

ଦେବଗଡ଼: ନିର୍ମାଣାଧିନ ଓଭର ବ୍ରିଜ୍‌ ଭୁଶୁଡ଼ିଲା

ଭୁବନେଶ୍ଵର : ୪୯ ନମ୍ବର ଜାତୀୟ ରାଜପଥରେ ଭୁଶୁଡ଼ିଲା ନିର୍ମାଣାଧୀନ ଓଭର ବ୍ରଜି। ଦେବଗଡ ପୌରପାଳିକା ଅନ୍ତର୍ଗତ ପୁରୁଣାଗଡ଼ରେ ଏହି ବ୍ରିଜ୍‌ ପାଇଁ ନିର୍ମିତ ଖମ୍ବରୁ ଆଜି ସନ୍ଧ୍ୟାରେ ବିମ୍‌ ଖସିପଡ଼ିଛି। ୨୦୧୮ ଜାନୁଆରୀରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୨୨ ସୁଦ୍ଧା ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ନିର୍ମାଣ କାମ ନେଇଛି ଓରିଏଣ୍ଟାଲ କଷ୍ଟ୍ରକସନ କମ୍ପାନି। କିନ୍ତୁ ଆଜି ସନ୍ଧ୍ୟାରେ ବ୍ରିଜ୍‌ର ଏକ ସ୍ଥାନ ଦବି ଯିବାରୁ ବିମ୍‌ ଖସିପଡ଼ିଥିଲା। ତେବେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *