Wed. Feb 19th, 2020

ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣା: ୭ ମୃତ, ୩୮ ଆହତ

ଭୂବନଶ୍ଵର : ଗଞ୍ଜାମ ଜିଲ୍ଳାର ତପ୍ତପାଣି ଘାଟିରେ ଏକ ଯାତ୍ରୀବାହୀ ବସ୍ ପୋଲ ତଳକୁ ଖସି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ଜଣ ଆହତ ହୋଇଛନ୍ତି। ଆଜି ପାହାନ୍ତାରେ ଘଟିଛି ଏହି ଘଟଣା। ଘଟଣାସ୍ଥଳରେ ୪ ଓ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ମହିଳାଙ୍କର ପରିଚୟ ମିଳିଛି। ସେମାନେ ହେଲେ ରାୟଗଡ଼ାର ବିଦ୍ୟୁତ୍ ନାୟକ ଓ ପୁତାବଗଡ଼ର ଝୁନୁ ବେହେରା। ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଏହି ଘରୋଇ ଯାତ୍ରୀବାହୀ ବସ୍‌ ‘ମାରୁତି’ ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି। ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ମୋହନା ବ୍ଲକ୍‌ ପ୍ରଶାସନ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *