Wed. Feb 26th, 2020

ଚର୍ଚ୍ଚାରେ ଥିଲା ୱାହିଦାଙ୍କ ପ୍ରେମ କାହାଣୀ

ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ୱାହିଦା ରେହମାନ ଆଜି ୮୨ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛୁମାନେ ଶୁଭେଚ୍ଛା ଜଣାଇଛନ୍ତି।

୧୯୩୮ ଫେବୃୟାରୀ ୩ ତାରିଖରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ ୱାହିଦା। ହିନ୍ଦୀ, ତେଲଗୁ, ତାମିଲ ଓ ବେଙ୍ଗଲୀ ଫିଲ୍ମରେ ସେ କରିଥିବା ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ୫୦ରୁ ୭୦ ଦଶକର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ୱାହିଦା ଥିଲେ ଜଣେ। ଅଭିନୟ ପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ହିନ୍ଦୀ ଫିଲ୍ମ ଜଗତରେ ୱା ଦାଙ୍କୁ ପ୍ରଥମେ ଆଣିଥିଲେ ଗୁରୁ ଦତ୍ତ। ତେଲଗୁ ସିନେମାରେ ଅଭିନୟ କରି ୱାହିଦା ସଫଳତାର ପାଦ ଛୁଇଁଥିବା ବେଳେ ତାଙ୍କୁ ଦେଖି ଗୁରୁ ଦତ୍ତ ମୁମ୍ବାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ।

୧୯୫୭ରେ ବଲିଉଡ୍‌ ଫିଲ୍ମ ‘ପ୍ୟାସା’ରେ ମିଳିଥିଲା ୱାହିଡଙ୍କୁ ପ୍ରଥମ ସୁଯୋଗ। ଗୁରୁ ଓ ୱାହିଦାଙ୍କ ଯୋଡିକୁ ଦର୍ଶକ ପସନ୍ଦ କରିଥିଲେ। ଏହି ଦୁଇ ଯୋଡି ଅନେକ ଗୁଡିଏ ସୁପରହିଟ୍‌ ଫିଲ୍ମ କରିଛନ୍ତି। ସେହି ସମୟରେ ଚର୍ଚ୍ଚାରେ ରହିଥିଲା ଦୁହିଁଙ୍କ ପ୍ରେମ କାହାଣୀ। ସୁପରହିଟ୍‌ ଫିଲ୍ମ ‘ଗାଇଡ୍‌’ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ବେଳେ ୱାହିଦା ଓ ଦେବାନନ୍ଦଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୨୦୧୩ରେ ଫିଲ୍ମ ଜଗତରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତୀୟ ଶତାବ୍ଦୀ ପୁରସ୍କାର, ଫିଲ୍ମଫେୟାର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା। ଏହାଛଡା ୱାହିଦା ବେଷ୍ଟ ଆକ୍‌ଟ୍ରେସ୍‌ ନ୍ୟାସନାଲ ଆଓ୍ବାର୍ଡ ଓ ସର୍ବଶ୍ରେଷ୍ଠ ଅଭିନେତ୍ରୀର ୨ଟି ଫିଲ୍ମଫେୟାର ଆଓ୍ବାର୍ଡ ମଧ୍ୟ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *