Sun. Feb 23rd, 2020

ଅଙ୍କିତାଙ୍କ ବୋଲ୍ଡ ଫଟୋ ଭାଇରାଲ

ମୁମ୍ବାଇ : ଛୋଟ ପରଦାଠୁ ଆରମ୍ବ କରି ଫିଲ୍ମ ପର୍ଯ୍ୟନ୍ତ ନିଜ ଦମଦାର୍ ଅଭିନୟ ପାଇଁ ଲୋକଙ୍କ ହୃଦୟକୁ ଜିତିଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଏହି ଅଭିନେତ୍ରୀ ନିଜର ସିଲଭର କଲର ବୋଲ୍ଡ ଡ୍ରେସ୍ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଇନଷ୍ଟାଗ୍ରାମରେ ଆକ୍ଟିଭ୍ ରୁହୁଥିବା ଅଙ୍କିତା ତାଙ୍କର ଏଇ ଫଟୋକୁ ନିଜେ ସେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।

ଅଙ୍କିତାଙ୍କ ଏହି ଫଟୋରେ ଏବେ ୟୁଜର୍ସ ଦେଉଛନ୍ତି ଭରପୁର କମେଣ୍ଟ୍ସ। କିଏ ଏହାକୁ ବୋଲ୍ଡ କହୁଛନ୍ତି ତ ଆଉ କିଏ ବହୁତ ସୁନ୍ଦର ବୋଲି ମତ ଦେଉଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଅଙ୍କିତାଙ୍କ ଫଟୋ ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି। ପରଦା ବ୍ୟତୀତ ଅଙ୍କିତାଙ୍କ ଫ୍ୟାନ୍ ଫଲୋଇଂ ଇନଷ୍ଟାଗ୍ରାମରେ ବହୁତ ଅଧିକ। ଇନଷ୍ଟାଗ୍ରାମରେ ତାଙ୍କୁ ୧୦ ଲକ୍ଷରୁ ଅଧିକ ୟୁଜର୍ସ ଫଲୋ କରନ୍ତି। ସେଥିପାଇଁ ଅଙ୍କିତା ପୋଷ୍ଟ କରୁଥିବା ଫଟୋ ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *