Sun. Feb 23rd, 2020

କେଶ ଝଡିବାରୁ ମୁକ୍ତିପାଇଁ ଘରୋଇ ଉପଚାର

କେଶ ଧଳାହେବା ଓ ଛିଡ଼ିବା ଭଳି ସମସ୍ୟା ସମସ୍ୟା ଏବେ ସାଧାରଣରେ ପରିଣତ ହୋଇଛି। ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି କମ୍‌ ବୟସର ପିଲାଙ୍କ ଠାରେ ଏହା ଦେଖିବାକୁ ମିଳୁଛି। ପରିବର୍ତ୍ତିତ ଜୀବନଶୈଳୀ, ପ୍ରଦୂଷଣ ଓ ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ କେଶ ଉପରେ ପଡୁଥିବାରୁ ଚନ୍ଦାପଣ ଭଳି ସମସ୍ୟା ଦେଖାଯାଉଛି। ଏଥିରୂ ମୁକ୍ତି ପାଇବା ଲାଗି କିଛି ଘରୋଇ ଉପଚାର। ଏସବୁ ଆପଣାଇବା ଉଚିତ ବୋଲି କୁହାଯାଇଛି।

ଗ୍ରୀନ୍‌ ଟି- ଆଣ୍ଟି ଅକ୍ସିଡାଣ୍ଟର ମାତ୍ରା ଏଥିରେ ଅଧିକ ଥିବାରୁ କେଶ ଝଡ଼ିବାକୁ ରୋକିଥାଏ। ପ୍ରଥମେ ଗ୍ରୀନ୍‌ ଟିକୁ ପାଣିରେ ମିଶାଇ କେଶରେ ଲଗାନ୍ତୁ। ଲଗାଇବାର ଏକଘଣ୍ଟା ପରେ କେଶ ଧୋଇଲେ କେଶ ଝଡ଼ିବା ସମସ୍ୟା ଦୂର ହେବ।

ପିଆଜ ରସ- ପିଆଜ ରସ କେଶ ପାଇଁ ଉପକାରୀ। ଗୋଟିଏ କିମ୍ବା ଦୁଇଟି ପିଆଜ ପେଷ୍ଟକରି ସେଥିରୁ ବାହାରି ଥିବା ରସକୁ ମୁଣ୍ଡରେ ଲଗାଇବାର ଦୁଇ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଏପରି ୨ କିମ୍ବା ୩ ସପ୍ତାହ ଲଗାଇଲେ କେଶ ଝଡ଼ିବା କମିଯାଏ।

ନିମ, ଘିକୁଆଁରୀ- ଏହାର ମିଶ୍ରଣ କେଶରେ ଲଗାଇବା ଫଳରେ କେଶ ଝଡ଼ିବା ସମସ୍ୟା ବନ୍ଦହେବା ସହିତ ଦୋମୁହାଁ କେଶ ଭଳି ସମସ୍ୟା ଦୂର କରେ।

ତେଲ ମାଲିସ- ଅନେକ ସମୟରେ କେଶରେ ତେଲ ମାଲିସ କରିବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ। ନଡ଼ିଆ, ଅଲିଭ ଆଦି ତେଲ ମୁଣ୍ଡରେ ମାଲିସ କରନ୍ତୁ। ମାଲିସ ପୂର୍ବରୁ ଏହାକୁ ଅଳ୍ପ ଗରମ କରିଲେ ଲାଭ ମିଳିଥାଏ।

Leave a Reply

Your email address will not be published. Required fields are marked *