Sun. Feb 23rd, 2020

ଭୁବନେଶ୍ୱରରେ ଅର୍ବାନ କମ୍ପାନୀ କାରବାର ଆରମ୍ଭ କଲା

ଭୁବନେଶ୍ୱର : ଭାରତର ଅଗ୍ରଣୀ ହୋମ୍ ସର୍ଭିସ୍ ମାର୍କେଟ୍ ପ୍ଲେସ୍ ଅର୍ବାନ୍ କମ୍ପାନୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ କାରବାର ଆରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏହା ପୂର୍ବରୁ ଅର୍ବାନ୍ କ୍ଲାପ୍ ଭାବେ ବେଶ୍ ପରିଚିତି ହାସଲ କରିଥିଲା। କମ୍ପାନୀ ଏବେ ଗ୍ରାହକଙ୍କ ଘରେ ସାଲିନ୍‌, ଇଲେକ୍ଟିସିଆନ୍‌, ପ୍ଲମ୍ବର, କାରପେଂଟର, ହୋମ୍ ଆପଲାଏନ୍ସ୍ ମରାମତି, ଏସି ସର୍ଭିସ୍ ଓ ମରାମତି ତଥା ସଫାସଫି ପ୍ରଭୃତି ଉପଲବ୍ଧ କରାଇବ। ୧୦୦ଜଣ ତାଲିମ ପ୍ରାପ୍ତ ଦକ୍ଷ ପେଶାଦାରଙ୍କ ସହାୟତାରେ ବିଭିନ୍ନ ଏହି ସେବା ଉପଲବ୍ଧ କରାଇବ। ଆଗାମୀ ଦିନରେ ଅଧିକ ପେଶାଦାରଙ୍କୁ କମ୍ପାନୀ ନିଯୁକ୍ତି ପ୍ରଦାନ କରି କାରବାର ବୃଦ୍ଧି କରାଇବାର ଲକ୍ଷ୍ୟ ରଖିଛି। ସମ୍ପ୍ରତି ଦେଶର ବିଭିନ୍ନ ସହରରେ ଇଂଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କମ୍ପାନୀ ଏହାର କାରବାରକୁ ସହଜରେ ବୃଦ୍ଧି କରାଇବାର ଯୋଜନା ପ୍ରସ୍ତୁତ କରିଛି।

ଅର୍ବାନ୍ କମ୍ପାନୀର ସହ ପ୍ରତିଷ୍ଠାତା ଅଭିରାଜ ଭାଲ୍ ଏହି ଅବସରରେ କହିଲେ ଯେ ଭୁବନେଶ୍ୱରରେ ଆମେ କାରବାର ଆରମ୍ଭ କରିବା ସହିତ ଆଗାମୀ ଦିନରେ ଦେଶର ପୂର୍ବ ରାଜ୍ୟଗୁଡ଼ିକରେ ନିଜର ସ୍ଥିତି ଜାହିର କରିବାର ଲକ୍ଷ୍ୟ ରଖିଛୁ। ଆମେ ସମ୍ପ୍ରତି ଦ୍ରୁତ ସମ୍ପ୍ରସାରଣକୁ ଗୁରୁତ୍ୱ ଦେଉଛୁ। ଆମର ବିଶ୍ୱାସ ଭୁବନେଶ୍ୱରରେ ଆମର ଉପସ୍ଥିତି ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ଏଠାକାର କ୍ରମବର୍ଦ୍ଧମାନ ବଜାରରେ ଅଧିକ ବିକଶିତ କରିବାକୁ ସକ୍ଷମ ହେବ। ପେଶାଦାରଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରି କାରବାରରେ ନିୟୋଜିତ କରିବା କ୍ଷେତ୍ରରେ କମ୍ପାନୀର ୧୦ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ଏହା ନିରନ୍ତର ଉଚ୍ଚ ଗୁଣବର୍ତାଯୁକ୍ତ ସେବା ଉପଲବ୍ଧ କରାଇବା ଜାରି ରଖିଛି।

Leave a Reply

Your email address will not be published. Required fields are marked *