Sun. Feb 23rd, 2020

ଇଭି ଇଣ୍ଡିଆ ପକ୍ଷରୁ ଅଟୋଏକ୍ସପୋରେ ଇଲେକ୍‌ଟ୍ରିକ୍ ଦୁଇଚକିଆ ଯାନ ଉନ୍ମୋଚିତ

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ସଂପ୍ରସାରଣ ପାଇଁ ଲକ୍ଷ୍ୟ ରଖିଥିବା ଇଭି ଇଣ୍ଡିଆ ପକ୍ଷରୁ ଗ୍ରେଟର ନୋଏଡାରେ ଆୟୋଜିତ ହୋଇଥିବା ଇଣ୍ଡିଆନ ଅଟୋଏକ୍ସପୋ ୨୦୨୦ର ୧୪ତମ ସଂସ୍କରଣରେ ଏହାର ଦୁଇଟି ଦୁଇଚକିଆ ଯାନ ଟେସେରୋ ଓ ଫୋରସେଟିକୁ ଉନ୍ମୋଚନ କରାଯାଇଛି। ଇଭି ଇଣ୍ଡିଆ ହେଉଛି ଏକ ଇଲେକ୍‌ଟ୍ରିକ୍ ଦୁଇଚକିଆ ଯାନ ଷ୍ଟାର୍ଟଅପ୍ ସଂସ୍ଥା ଓ ଏହାର ଟେସେରୋ ହେଉଛି ଏକ ଇ-ବାଇକ୍ ଓ ଫୋରସେଟି ହେଉଛି ଏକ ରେଟ୍ରୋ ସ୍କୁଟର ଯେଉଁଥିରେ ଅନେକ ଅତ୍ୟାଧୁନିକ ସୁବିଧା ଓ ଉଚ୍ଚ ମାନର ପ୍ରଯୁକ୍ତି ରହିଛି। ଏହି ଦୁଇ ଉତ୍ପାଦ ଖୁବଶୀଘ୍ର ବଜାରକୁ ଆସିବ। ଅଟୋ ଏକ୍ସପୋରେ ପ୍ରଦର୍ଶିତ କରାଯାଇଥିବା ଏହି ଦୁଇ ଯାନ ଦେଖିବାକୁ ଯେତିକି ଷ୍ଟାଇଲିସ, ସେଥିରେ ସେହି ପରିମାଣର ସୁବିଧା ସୁଯୋଗ ରହିଛି।

ଏହି ଅବସରରେ ଇଭି ଇଣ୍ଡିଆର ସହ ପ୍ରତିଷ୍ଠାତା ଓ ନିର୍ଦେଶକ ହର୍ଷ ଡିଡୱାନିଆ କହିଛନ୍ତି ଏକ ସ୍ୱତନ୍ତ୍ର ଇଲେକ୍‌ଟ୍ରିକ୍ ଦୁଇଚକିଆ ଷ୍ଟାର୍ଟଅପ୍ ସଂସ୍ଥା ଭାବେ ଆମେ ଆମର ସଦ୍ୟତମ ଉତ୍ପାଦକୁ ଉପସ୍ଥାପନ କରି ବହୁତ ଉତ୍ସାହିତ। ଆମେ ଦୁଇଚକିଆ ଯାନ ଚାଳକଙ୍କ ଯନ୍ତ୍ରଣା ଏବଂ ଆମ ଦେଶରେ ପରିବେଶର ସ୍ଥିତିକୁ ବହୁତ ଭଲ ଭାବେ ବୁଝିଛୁ। ସବୁକିଛିକୁ ବିଚାରକୁ ନେଇ ଆମେ ଟେସେରୋ ଓ ଫୋରସେଟିକୁ ପ୍ରସ୍ତୁତ କରିଛୁ ଯାହା ଅତ୍ୟାଧୁନିକ ପ୍ରଯୁକ୍ତି ଓ ଦୁନିଆର ପରିବେଶ ସ୍ୱାସ୍ଥ୍ୟ ମଧ୍ୟରେ ଏକ ସନ୍ତୁଳନ ଆଣିବ। ଭାରତୀୟ ଅଟୋମୋବାଇଲ ଶିଳ୍ପ ପରିବର୍ତନର ସମୟ ଦେଇ ଗତିକରୁଥିବା ବେଳେ ମୋର ବିଶ୍ୱାସରହିଛି ଯେ ଆମରଏହି ନୂଆ ଉତ୍ପାଦ ଗୁଡ଼ିକ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟିକରିବ ଓ ଆମେ ବଜାରରୁ ସକାରାତ୍ମକ ପ୍ରକ୍ରିୟା ହାସଲକରିବୁ।

Leave a Reply

Your email address will not be published. Required fields are marked *