Wed. Feb 26th, 2020

ରାଫେଲର କ୍ଷମତା ଚୀନ ଓ ପାକିସ୍ତାନ ବିମାନଠାରୁ ଅଧିକ

ନୂଆଦିଲ୍ଲୀ : ରାଫେଲ ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଏହାର ଶକ୍ତି ବହୁଗୁଣିତ ହୋଇଯିବ। ଏହି ବିମାନର ଜବାବ ଭାରତର ଦୁଇ ପ୍ରମୁଖ ବିରୋଧୀ ପାକିସ୍ତାନ ଓ ଚୀନ ପାଖରେ ନାହିଁ। ଏ ଦୁଇ ଦେଶ ଯେଉଁ ବିମାନ ବ୍ୟବହାର କରୁଛନ୍ତି ରାଫେଲ ସେଗୁଡ଼ିକଠାରୁ ପ୍ରାୟ ୦.୫ ପିଢି ଆଗୁଆ ବୋଲି ପୂର୍ବତନ ବାୟୁସେନା ମୁଖ୍ୟ ବିଏସ ଧନୋଆ କହିଛନ୍ତି।

ସେ କହିଛନ୍ତି ଗତ ବର୍ଷ ଫେବ୍ରୁଆରି ୨୭ରେ ଭାରତ ଓ ପାକିସ୍ତାନ ବାୟୁସେନା ସହ ମୁହାଁମୁହିଁ ମୁକାବିଲା ହୋଇଥିବା ବେଳେ ଭାରତ ଏକ ଅପେକ୍ଷାକୃତ କମ କ୍ଷମତାସଂପନ୍ନ ଲଢୁଆ ବିମାନ ବ୍ୟବହାର କରୁଥିଲା। ଯଦି ରାଫେଲ ଥାନ୍ତା ତେବେ ସ୍ଥିତି ଅଲଗା ପ୍ରକାରର ହୋଇଥାନ୍ତା। କାରଣ ରାଫେଲର ମାରକ ରେଞ୍ଜ ଓ କ୍ଷମତା ବେଶ ଅଧିକ। ଏହାକୁ ପାକିସ୍ତାନର ଏଫ-୧୬ ମୁକାବିଲା କରିପାରିବ ନାହିଁ।

Leave a Reply

Your email address will not be published. Required fields are marked *