Sun. Feb 23rd, 2020

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ

ଭୁବନେଶ୍ଵର : ପତ୍ନୀକୁ ଅତି ନିର୍ମମ ପିଟିପିଟି ହତ୍ୟା କରିଛି ମଦ୍ୟପ ସ୍ଵାମୀ। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରିର ବରମପୁର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସମ୍ବାରୀ ସିଂ। ଅଭିଯୁକ୍ତ ସ୍ୱାମୀ ରବୀନ୍ଦ୍ର ସିଂକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଖବର ଅନୁଯାୟୀ ଗତକାଲି ରାତିରେ ରବୀନ୍ଦ୍ର ମଦ ପିଇ ଘରକୁ ଫେରିଥିଲା। ଏହାପରେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ବାଡ଼େଇବାରୁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *