Sun. Feb 23rd, 2020

ଦ୍ରୌପଦୀ ଭୂମିକାରେ ନଜର ଆସିବେ ଦୀପିକା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଫିଲ୍ମ ମହାଭାରତ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏହି ଫିଲ୍ମରେ ସେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ଦୀପିକା ପ୍ରଡ୍ୟୁସର ମଧୁ ମଣ୍ଟେନାଙ୍କ ସହ ମିଶି ଫିଲ୍ମ ମହାଭାରତ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କଥା ଉଠିଥିଲା। ଏବେ ଦୀପିକା ମୁହଁ ଖୋଲିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ ମାନିଛନ୍ତି ଏହି ଫିଲ୍ମ ନିର୍ମାଣ ହେଉଛି। ଏହା କୌଣସି ସାଧାରଣ ପ୍ରୋଜେକ୍ଟ ନୁହେଁ। ଏହା ପଛରେ ବଡ ଟିମ୍ ଅଛି। ପୁରା ଟିମ୍ ବହୁତ ପରିଶ୍ରମ କରୁଛି।

ଦୀପିକା ପାଦୁକୋନ୍ କହିଛନ୍ତି ଏବେ ବଜେଟ୍ ନେଇ କିଛି ଖୁଲାସା କରାଯିବନି। ବହୁତ ବିଚାର କରିବା ପରେ ଏହି ପ୍ରୋଜେକ୍ଟ ପାଇଁ ଆଗକୁ ବଢିଥିଲେ। ସେ ଛପାକର ପ୍ରମୋଶନରେ ବହୁତ ବ୍ୟସ୍ତ ଥିବା କାରଣରୁ ଏହି ଫିଲ୍ମ ଉପରେ ଆଲୋଚନା କରିବା ପାଇଁ ସମୟ ପାଇଲେନି। ଯଦିଓ ଫିଲ୍ମ ଉପରେ କାମ ଆରମ୍ଭ ହୋଇଯାଇଛି ତେବେ କାଷ୍ଟ ଓ କ୍ରୁକୁ ନେଇ କିଛି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇନି। ମହାଭାରତ ଏକ ବିଚାର। ଏହାକୁ ଅନ୍ୟ ଫିଲ୍ମ ଭଳି ନିର୍ମାଣ କରିହେବନି। ଫିଲ୍ମର ପ୍ରଡକ୍ସନଠୁ ଆରମ୍ଭ କରି କଷ୍ଟ୍ୟୁମ୍ସରେ ମଧ୍ୟ ପରିଶ୍ରମ କରିବାକୁ ପଡିବ। ଏହିପାଇଁ ପରିଶ୍ରମ ୫ ଗୁଣା ଅଧିକ ହେବ। ତାଙ୍କ କ୍ୟାରିୟରର ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ହେବ ବୋଲି ଦୀପିକା କହିଛନ୍ତି ।

Leave a Reply

Your email address will not be published. Required fields are marked *