Sun. Feb 23rd, 2020

୨୪ରେ ଭାରତ ଆସିବେ ଟ୍ରମ୍ପ

ନୂଆଦିଲ୍ଲୀ : ଚଳିତ ମାସ ୨୪ ଓ ୨୫ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଭାରତ ଆସିବେ। ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଗସ୍ତବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଗସ୍ତ ଦୁଇଦେଶ ମଧ୍ୟରେ ସଂପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *