Sun. Feb 23rd, 2020

ଦବିଲା ନିର୍ମାଣାଧୀନ ପାରାଦୀପ-ହରିଦାସପୁର ରେଳ ଲାଇନ୍

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶଘାଇ ଥାନା ଅଞ୍ଚଳରେ ନିର୍ମାଣାଧୀନ ପାରାଦୀପ-ହରିଦାସପୁର ରେଳ ଲାଇନ୍ ଦବିବା ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଧୁମୁକା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାର୍ଶାଘାଇ- ଜମ୍ବୁ କେନାଲର ଗୋସେଇଁ ବନ୍ଧଠାରେ ଥିବା ରେଳ ବ୍ରିଜ୍ ନିକଟରେ ନିର୍ମାଣାଧୀନ ରେଳ ଲାଇନ୍ ଦବିଯାଇଛି। ଏହାଫଳରେ ସେଠାରେ ବସବାସ କରୁଥିବା ଚାରିଟି ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। କାରଣ, ସେମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି । ଘରର କାନ୍ଥରେ ବଡ଼ ବଡ଼ ଫାଟ ଦେଖିବାକୁ ମିଳିଛି।

ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ କେନାଲ ବ୍ରିଜ୍ ଗୋସେଇଁ ବନ୍ଧଠାରେ ନିର୍ମାଣାଧୀନ ହରିଦାସପୁର-ପାରାଦୀପ ରେଳ ଲାଇନ ଦବିଯାଇଛି । ୪ଟି ଘରର କାନ୍ଥ ଫାଟିଥିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ନିମ୍ନମାନର କାମ ଯୋଗୁଁ ରେଳ ଲାଇନ୍ ଦବି ଯାଇଥିବା ଅଭିଯୋଗ ହୋଇଛି । ରେଳ ଲାଇନରୁ ଆପ୍ରୋଚ୍ ରୋଡ୍ ଦବି ଯାଇଥିବାରୁ ଏଭଳି ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *