Wed. Feb 26th, 2020

ସରକାରୀ କର୍ମଚାରୀଙ୍କ ବକେୟା ଦରମା ଓ ମହଙ୍ଗା ଭତ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ୭ମ ବେତନ କମିସନ୍‌ ଦରମା ବକେୟାର ୧୦% ଓ ୫% ମହଙ୍ଗା ଭତ୍ତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଜାନୁଆରି ୨୦୨୦ରୁ ଏହି ମହଙ୍ଗା ଭତ୍ତା ପିଛିଲା ଭାବେ ଲାଗୁ କରାଯିବ। ୨୦୧୬ ଜାନୁଆରି ୧ ତାରିଖ ଠାରୁ ସପ୍ତମ ବେତନ କମିସନ୍‌ ଲାଗୁ ହେବା ପରେ କର୍ମଚାରୀମାନଙ୍କୁ ବକେୟା ଦରମାର ୧୦% ଦିଆଯିବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିରେ ପ୍ରାୟ ସାଢ଼େ ୩ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ୨୦୧୭-୧୮ ଓ ୨୦୧୮-୧୯ ବର୍ଷ ପାଇଁ ପେନ୍‌ସନ୍‌ଭୋଗୀଙ୍କ ଶତପ୍ରତିଶତ ବକେୟା ପ୍ରଦାନ କରାଯିବ ବୋଲି ପୂର୍ବରୁ ସରକାର ନିଷ୍ପତ୍ତି ନେଇଥିଲେ। ସେହି ଭଳି ୪୦ ପ୍ରତିଶତ କର୍ମଚାରୀ ସେମାନଙ୍କ ବକେୟା ପାଇବେ।

Leave a Reply

Your email address will not be published. Required fields are marked *