Sun. Feb 23rd, 2020

ଅନୁପ ସାଏ ମାମଲା: ତଦନ୍ତ କରୁଥିବା ପୋଲିସ ପାଇବେ ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର

ଭୁବନେଶ୍ଵର : ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ କଳ୍ପନା ଦାସ ଓ ତାଙ୍କର ଝିଅ ବବଲିଙ୍କୁ ହତ୍ୟା କରିଛନ୍ତି। ଏହି ମାମଲାର ତଦନ୍ତ କରି ସତ ଉନ୍ମୋଚନ କରିଥିବା ପୋଲିସ ଅଧିକାରୀମାନେ ୨୦ ହଜାର ଟଙ୍କା ଲେଖାଁଏ ପୁରସ୍କାର ପାଇବେ। ବିଲାସପୁର ଆଇ.ଜି ଦିପାଂଶୁ କବିଡ଼ିଆ ଏହି ଘୋଷଣା କରିଛନ୍ତି।

ରାୟଗଡ଼ ଏସପି ସନ୍ତୋଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ଼ କାର୍ଯ୍ୟନିର୍ବାହୀ ଏଏସପି ଅଭିଷେକ ବର୍ମା, ସିଏସପି ଅବିନାଶ ସିଂ ଠାକୁରଙ୍କ ଦିଗଦର୍ଶନରେ ଇନ୍‌ସପେକ୍ଟର ବିବେକ ପଟେଲ, ଏସ ସିଂ, ରୂପକ ଶର୍ମା, ଗୌରୀଶଙ୍କର ଦୁବେ, ସଉଣୀ ଶସିଦେ ଭୋଇ, ଡିପି ଭରଦ୍ୱାଜ, ସାଇବର ସେଲ ମୁଖ୍ୟ ରାଜେଶ ପଟେଲ, ଆର ଶ୍ୟାମଲଲ, ଚକ୍ରଧରନଗର ଥାନା ଅଧିକାରୀ ଜଗମୋହନ ଓଗରେ, ରିତେଶ ଦିୱାନ, ଦିନେଶ ଗୌଣ୍ଡ, ଆଖିଲେଶ କୁଶବାହ, ଭବାନୀ ଶଙ୍କର, ମହେଶ ପଣ୍ଡା, ସୁରେନ୍ଦ୍ର ପୋର୍ତି, ବୃଜଲାଲ ଗୁଜର, ମହିଳା ଇନ୍‌ସପେକ୍ଟର ରୀନା ବୁଲବୁଲ ଏହି ମାମଲାର ତଦନ୍ତ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *