Wed. Feb 26th, 2020

ବସ୍ତାନୀ ବୋଝ ଯାଞ୍ଚ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର ଚିଠି

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ବସ୍ତାନି ବୋଝ ଯାଞ୍ଚ ରିପୋର୍ଟ ଆସନ୍ତା ୨୦ ତାରିଖ ସୁଦ୍ଧା ଦାଖଲ କର। ଏହି ମର୍ମରେ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ନିର୍ଦ୍ଦେଶ ଦିଆଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ସ୍କୁଲ୍ ବସ୍ତାନି ବୋଝ ଗାଇଡ୍ ଲାଇନ୍ ଅନୁପାଳନ ହେଉଛି ନା ନାହିଁ ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ପୂର୍ବରୁ ଦୁଇଥର ବିଭାଗ ଚିଠି ଲେଖିଥିଲେ ହେଁ ଆଜିଯାଏ ରିପୋର୍ଟ ଦାଖଲ ହୋଇନାହିଁ। ଜିଲ୍ଲାସ୍ତରରୁ ପ୍ରାଇଭେଟ୍ ଇଂରାଜୀ ମିଡିୟମ ସ୍କୁଲ ସହ ସବୁ ସ୍କୁଲ୍ ଗସ୍ତ କରି ବସ୍ତାନି ଓଜନ ଯାଞ୍ଚକରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିବା ବେଳେ ରାଜ୍ୟ ଅଭିଭାବକ ମହାସଂଘ ଏନସିଇଆରଟି ବହି ଲାଗୁ କରିବାକୁ ଦାବି କରିଛି।

Leave a Reply

Your email address will not be published. Required fields are marked *