Sat. Feb 22nd, 2020

ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ଭିଜିଲାନ୍ସ ଚଢଉ କରିଛି।

ଖବର ଅନୁଯାୟୀ ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ର ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିଥିବା ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଥିଲା। ଭିଜିଲାନ୍ସ ଟିମ୍‌ ତାଙ୍କ ପ୍ୟାଲେସ୍‌ ଲାଇନ ନିକଟସ୍ଥ ଦଶମତି ନଗର ବାସଭବନରେ ସକାଳୁ ଚଢ଼ଉ କରିଥିଲେ। ଏହିସହ କାର୍ଯ୍ୟାଳୟ ସମେତ ଶ୍ୱଶୁର ଘରେ ମଧ୍ୟ ଖୋଳତାଡ଼ କରୁଛି। ଚଢ଼ଉ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ପାସ୍‌ବୁକ୍‌ ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *