ଆବଶ୍ୟକ ହେଲେ କଣ୍ଟେନମେଣ୍ଟ ଜୋନ୍ ହେବ

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସହରରେ କରୋନା ମାମଲା ବଢୁଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଏ ସମ୍ପର୍କରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

ବୁଧବାର ହୋଇଥିବା ଆଲୋଚନା କାଳରେ ମୋଦି କହିଛନ୍ତି ଲୋକଙ୍କୁ ଭୟଭୀତ ନକରି ଆମେ ସଚେତନ କରିବା ଦରକାର। ଯେଉଁଠି ଜରୁରୀ ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଓ କଣ୍ଟେନମେଣ୍ଟ ଓ ସର୍ଭେଲାନ୍ସ ପାଇଁ ଆବଶ୍ୟକ ତାହା କରାଯାଉ। ସହରରୁ ଯେମିତି ଗାଁକୁ କରୋନା ନବ୍ୟାପିବ ସେଥିପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ହେଉ। ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍‌କୁ ନେଇ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଦେଶର ସବୁ ରାଜ୍ୟରେ ଆରଟିପିସିଆର ଟେଷ୍ଟ ବଢ଼ାଇବାକୁ ପରାମର୍ଶ ଦେଇଥିବା ବେଳେ ଓଡ଼ିଶା ଓ ବିହାର ଆଦି ରାଜ୍ୟରେ ଆଣ୍ଟିଜେନ ଟେଷ୍ଟ ବେଶୀ ହେଉଥିବା କହିଛନ୍ତି। ତେଣୁ ଆରଟିପିସିଆର ଟେଷ୍ଟ କରାଇବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି କହିଛନ୍ତି। ଆରଟିପିସିଆର ଟେଷ୍ଟ ଯେତେ ବଢ଼ିବ ସଂକ୍ରମଣ ବୃଦ୍ଧି ସେତେ ଶୀଘ୍ର କମିବ। ବିଦେଶାଗତଙ୍କ ପରୀକ୍ଷା ଓ କଣ୍ଟାକ୍ଟ ଟ୍ରେସିଂ ପ୍ରତି ଗୁରୁତ୍ୱ ଦେବା ଜରୁରୀ ବୋଲି ମଧ୍ୟ କହିକାନ୍ତି।

ମୋଡି କହିଲେ ଦେଶରେ ଟିକାକରଣ ଗତି ବଢ଼ିଛି। ଆମେ ଦିନକୁ ୩୦ ଲକ୍ଷ ଟିକା ଦେଉଛୁ। ଅନେକ ରାଜ୍ୟରେ ଟିକା ନଷ୍ଟ ହେଉଥିବା ଖବର ସାମ୍ନାକୁ ଆସୁଛି। ତେଲେଙ୍ଗାନାରେ ୧୦% ଟିକା ନଷ୍ଟ ହେଉଥିବା ଜଣାପଡ଼ିଛି। ଟିକା ନଷ୍ଟ ହେବା ଅର୍ଥ କାହାର ଅଧିକାରକୁ ଆମେ କ୍ଷୂଣ୍ଣ କରୁଛୁ। କୌଣସି ଲୋକର ଅଧିକାର କ୍ଷୂଣ୍ଣ କରିବାର ଅଧିକାର ଆମର ନାହିଁ। ଟିକାର ଶୂନ ଅପଚୟକୁ ନିଶ୍ଚିତ କରିବା ସମସ୍ତଙ୍କର ଦାୟିତ୍ୱ। ଏଥିସହ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରି ମିଶନ ମୋଡରେ କାମ କଲେ ଟିକା ଅପଚୟ କମିବ। ସଂକ୍ରମଣ ରୋକିବାକୁ ଦବାଇ ଓ କଡ଼ାଇ ନିଶ୍ଚିତ ମାନିବାକୁ ହେବ। ଏହା ସୁଶାସନ ପରୀକ୍ଷାର ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button