ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲବେଳେ ବିଜେଡି ପ୍ରାର୍ଥୀଙ୍କ ସମେତ ଶାସକ ଦଳର ନେତାମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର। ତାଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଫେରାଦ ହୋଇଛନ୍ତି।

ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ କରୋନା ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ। ଏହାକୁ ଶାସକ ଦଳ ଅଣଦେଖା କରିଛି। ଅକ୍ଟୋବର ୧୬ ତାରିଖ ନାମାଙ୍କନ ପତ୍ର ଦାଖଲ ସମୟରେ ବସ୍ ଓ କାରରେ ଶହ ଶହ ଲୋକ ଆଣିବା ଓ ବାଇକ୍ ରାଲି କରି କରୋନା ନିୟମକୁ ଉଲ୍ଲଘଂନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ମତାମତ ଦିଅନ୍ତୁ ।