ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଆଜିଠାରୁ ଖୋଲିବ

ଭୁବନେଶ୍ୱର : ରାଜ୍ୟରେ କରୋନା କାୟା ବିସ୍ତାର କରୁଛି। ଆକ୍ରାନ୍ତଙ୍କ ସଂଖ୍ୟା ବାଢୁଥିବାରୁ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଆଜିଠାରୁ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ଖୋଲିବାକୁ ଭୁବନେଶ୍ଵର ମହା ନଗର ନିଗମ ପଦକ୍ଷେପ ନେଇଛି। ଏଥିରେ ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ।

ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି। ସେହିଭଳି ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଘାଟିକିଆ, ଗଜପତିନଗର ଓ କିଟ୍‌ରେ ୩ଟି ଓୟୋ ହୋଟେଲରେ ୪୦ ଶଯ୍ୟା ବିଶିଷ୍ଟ ଦେୟଯୁକ୍ତ ସଂଗରୋଧ ଗୃହ କରାଯାଇଛି।

ବାଣୀବିହାର କ୍ୟାମ୍ପସରେ ଆଜି ଶତାଧିକ ଛାତ୍ର ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଛି। ଓୟୁଏଟିର ୪ ନମ୍ବର ଛାତ୍ରାବାସରେ ୪ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟ ଅନ୍ତେବାସୀଙ୍କ ସମେତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ହୋଇଛି। ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନକୁ ସିଲ କରିବାକୁ ବିଏମସି ଯୋଜନା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button