ଆଦିତ୍ୟ ମୃତ୍ୟୁ ମାମଲାରେ ମୁହଁ ଖୋଲିଲେ ଚିନ୍ମୟୀ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ‘ସାଇକୋ ଲେଡି’ କୁହାଯାଉଥିବା ଯୁବତୀ ସାମ୍ନାକୁ ଆସିଛନ୍ତି। ଚିନ୍ମୟୀ ମହାପାତ୍ର ନାମକ ଏହି ଯୁବତୀ ଜଣକ ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କ ଅଳ୍ପ କିଛି ମାସର ଥିଲା ବୋଲି ସ୍ୱୀକାର କରିଛନ୍ତି। ତେବେ ବିସ୍ମିତ ତାଙ୍କ ନାମରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ‘ସାଇକୋ ଲେଡି’ ଆରୋପ ପାଇଁ ଆଇନର ସହାୟତା ନେବେ ବୋଲି ସେ କହିଛନ୍ତି।

କେବଳ ସେତିକି ନୁହେଁ ଆଦିତ୍ୟ ମୃତ୍ୟୁ ମାମଲାରେ ତଦନ୍ତ ପରିସରଭୁକ୍ତ କଲେ ସେ ସହଯୋଗ କରିବେ ବୋଲି କହିଛନ୍ତି। ତାଙ୍କ ସୂଚନା ହେଲା ଆଦିତ୍ୟଙ୍କ ସହ ଫେସବୁକରେ ତାଙ୍କର ପରିଚୟ ଓ ସମ୍ପର୍କ ହୋଇଥିଲା। ପରେ ଭୁବନେଶ୍ୱର ଆସିଥିବା ସମୟରେ ୨ ଥର ଆଶ୍ରମଠାରେ ଦେଖା ହୋଇଛି। ତେବେ ଏ ପ୍ରେମ ସମ୍ପର୍କ ଏକତରଫା ନୁହେଁ ନର୍ମାଲ ଥିଲା। କିନ୍ତୁ କିଛି ମାସ ପରେ ଆଦିତ୍ୟ ତାଙ୍କୁ ଆଭୋଏଡ୍‌ କରିଥିଲେ ବୋଲି ଚିନ୍ମୟୀ କହିଛନ୍ତି। ସେ କହିଛନ୍ତି ଆମ ଉଭୟଙ୍କ ମଧ୍ୟରେ ଡିଷ୍ଟାନ୍ସ ସମ୍ପର୍କ ଥିଲା। ମୁଁ ଭୁବନେଶ୍ୱର ସମ୍ପର୍କୀୟଙ୍କ ଘରକୁ ଗଲେ ତାଙ୍କୁ ଭେଟିଥାଏ। ମୋତେ ସାଇକୋ ଲେଡି ବୋଲି ଯାହା କହୁଛନ୍ତି ତାହା ମିଛ।

ମତାମତ ଦିଅନ୍ତୁ ।