ଆଇଆଇସିଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ

କୋଲକାତା : ପଶ୍ଚିମବଙ୍ଗରେ ବିହାରର ଜଣେ ଥାନା ଅଧିକାରୀଙ୍କୁ ହତ୍ୟା। ଅପରାଧୀକୁ ଧରିବାକୁ ଯାଇଥିବା ଏହି ପୋଲିସ ଅଫିସରଙ୍କୁ ଗାଁ ଲୋକେ ପିଟିପିଟି ମାରିଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ପଞ୍ଜିପୋଡା ଥାନାର ପନତାପାରା ଗ୍ରାମରେ ଏହି ଘଟଣା ଘଟିଛି। ଏହି ଗାଁରେ ଜଣେ ମୋଷ୍ଟ୍ ଓ୍ୱାଣ୍ଟେଡ୍ ଅପରାଧୀ ଲୁଚିଥିବା ଖବର ମିଳିଥିଲା। କିଶାନଗଞ୍ଜ ସୀମା ପଶ୍ଚିମବଙ୍ଗ ସହ ଲାଗିଛି। ତେଣୁ ଅଶ୍ୱିନ ଅପରାଧୀକୁ ଧରିବା ପୂର୍ବରୁ ସ୍ଥାନୀୟ ଥାନାକୁ ଯାଇଥିଲେ। ସେଠାରେ ତାଙ୍କୁ ଅତିରିକ୍ତ ପୋଲିସ ଫୋର୍ସ ଦିଆଯିବ ବୋଲି କୁହାଯିବାରୁ ଅଶ୍ୱିନ ପ୍ରଥମେ ଗାଁକୁ ଚାଲି ଯାଇଥିଲେ। ସେଠାରେ ପହଞ୍ଚିବା ରେ ଗାଁ ଲୋକେ ତାଙ୍କ ଗାଡିକୁ ଅଟକାଇ କାଠ ଫାଳିଆ ଓ ପଥରରେ ତାଙ୍କୁ ପିଟି ଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ଅଶ୍ୱିନଙ୍କ ମୃତଦେହ ପଶ୍ଚିମବଙ୍ଗର ଇସାଲାମପୁର ହସ୍ପିଟାଲରେ ରହିଛି। ଘଟଣା ଜଣାପଡିବା ପରେ ପରେ ବିହାର ପୋଲିସ ଆସୋସିଏସନ ସଭାପତି ମୃତ୍ୟୁଞ୍ଜୟ ସିଂ ପୀଡିତଙ୍କ ପରିବାରକୁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଏକ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button