ଆମେରିକା ଗୁଇନ୍ଦା ସଂସ୍ଥାର ସତର୍କ ସୂଚନା : ଭାରତ ସହିତ ପଡୋଶୀଙ୍କ ବିବାଦ ବଢିବ

0

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ଚୀନ୍ ଓ ପାକିସ୍ତାନ ସହ ସମ୍ପର୍କକୁ ନେଇ ଆମେରିକା ଗୁଇନ୍ଦା ସଂସ୍ଥା ସତର୍କ ସୂଚନା ଦେଇଛି। ଆଉ କହିଛି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବନାହିଁ। କିନ୍ତୁ ବିବାଦ ବଢିବ।

ରିପୋର୍ଟରେ କୁହାଯାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ ପାକିସ୍ତାନ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ତତ୍ପର ହୋଇଛି। କେବଳ ପାକିସ୍ତାନ ନୁହେଁ ଚୀନ୍ ସହିତ ମଧ୍ୟ ଭାରତର ବିବାଦ ଦିନକୁ ଦିନ ବଢିବ। ଏଲଏସିରେ କିଛି ସୈନିକ ଫେରିବା ପରେ ଏହି ପରିସ୍ଥିତି ସୃଷ୍ଟି ହେବ। ସେହିପରି ପଡୋଶୀଙ୍କ ସହିତ ବିବାଦ ବଢିବାର ସମ୍ଭାବନା ଅଧିକ ଥିବା ବେଳେ କଶ୍ମୀରରେ ହିଂସା ଓ ଅଶାନ୍ତି ସୃଷ୍ଟି ହେବ। ଏପରିକି ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି କୁହାଯାଇଛି।

Leave A Reply

Your email address will not be published.