ଆନନ୍ଦପୁର: ବନ୍ଧ ନିର୍ମାଣ ପାଇଁ ଜଳସମ୍ପଦ କାର୍ଯ୍ୟାଳୟ ଘେରାଉ

ଆନନ୍ଦପୁର : ବୈତରଣୀ ବନ୍ୟାରେ ଅନେକ ଗାଁ କ୍ଷତିଗ୍ରସ୍ତ ହୋଇଛି। ନଦୀ ପାଣି ଗାଁରେ ନପଶିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀବନ୍ଧ ବ୍ୟବସ୍ଥା କରିଛନ୍ତି ହେଲେ କିଛି ଅଧିକାରୀ ଓ ଠିକାଦାରଙ୍କ ଭୁଲ ପାଇଁ ଏହି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। କେଉଁଠାରେ ବନ୍ଧ ମୁକୁଳା ପଡିଛି। ଆଉ କେଉଁଠି ବନ୍ଧ ନାହିଁ। ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ଦେହୁରୀ ସାହି ନିକଟରେ ବନ୍ଧ ନଥିବା ଅଭିଯୋଗ କରି ଗ୍ରାମବାସୀ ଜଳସମ୍ପଦ କାର୍ଯ୍ୟାଳୟ ଘେରିଛନ୍ତି। ପ୍ରତ୍ୟେକ ବର୍ଷ ଏହି କୁତ୍ରିମ ବନ୍ୟାର ସମ୍ମୁଖିନ ହେଉଥିବାରୁ ଗ୍ରାମବାସୀମାନେ ନୂତନ ବନ୍ଧ ନିର୍ମାଣ ପାଇଁ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।