ଆନନ୍ଦପୁର ପୌରାଞ୍ଚଳକୁ ୭ଦିନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଆନନ୍ଦପୁର : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୌରାଞ୍ଚଳକୁ ୭ଦିନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି କଟକଣା କରିଛନ୍ତି। ଆସନ୍ତାକାଲିଠାରୁ ଲାଗୁହେବ। ଏହା ପୂର୍ବରୁ ଜୁଲାଇ ୨୭ ତାରିଖରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ପୌରାଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା। କଟକଣା ସମୟରେ ଜନସାଧାରଣଙ୍କ ଅତ୍ୟାବଶକୀୟ ସାମଗ୍ରୀର ସୁବିଧା ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଆନନ୍ଦପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।