ଆଣ୍ଡାମାନକୁ ହାଇସ୍ପିଡ ଇଣ୍ଟରନେଟ୍ କେବଲ୍ ଲିଙ୍କ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପୋର୍ଟବ୍ଲେୟାର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ୍ ନିକୋବର ଦ୍ୱୀପରୁ ଚେନ୍ନାଇ ଭୂଖଣ୍ଡ ପର୍ଯ୍ୟନ୍ତ ଅତ୍ୟାଧୁନିକ ଟେଲିକମ୍ କେବୁଲ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ପାଣିତଳେ ସଂଯୋଗ କରୁଥିବା ୨୩ ଶହ କିଲୋମିଟର ଏହି ପ୍ରକଳ୍ପରେ ଚେନ୍ନାଇରୁ ଆଣ୍ଡାମାନ୍ ନିକୋବରର ମୁଖ୍ୟ ୮ଟି ଦ୍ୱୀପକୁ ସଂଯୋଗ କରାଯାଇଛି। ସେହି ଦ୍ୱୀପଗୁଡ଼ିକ ହେଲା ପୋର୍ଟବ୍ଲେୟାର୍, ସ୍ୱରାଜ ଦ୍ଵୀପ୍, ଲିଟିଲ୍ ଆଣ୍ଡାମାନ୍, କାର୍ନିକୋବର, କାମୋଟା, ଗ୍ରେଟ୍ ନିକୋବର, ଲଙ୍ଗ୍ ଆଇଲ୍ୟାଣ୍ଡ ଓ ରାଙ୍ଗାଟ୍।

ଆଣ୍ଡାମାନ ନିକୋବର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ଦୃଷ୍ଟିରୁ ପ୍ରତିବର୍ଷ ସେଠାକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ଲାଗି ଟେଲି-ଯୋଗାଯୋଗ ଓ ଇଣ୍ଟରନେଟ୍ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଏଥିପାଇଁ ୧୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ମତାମତ ଦିଅନ୍ତୁ ।