ଆପୋଷ ବୁଝାମଣାରେ ସୀମା ଚିହ୍ନଟ ହେବ : ମନ୍ତ୍ରୀ

ଭୁବନେଶ୍ଵର : ଓଡିଶାର ପଡୋଶୀ ରାଜ୍ୟ ଗୁଡିକ ସହିତ ରହିଥିବା ସୀମା ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ସେ କହିଛନ୍ତି ଆପୋଷ ବୁଝାମଣାରେ ସୀମା ଚିହ୍ନଟ କରାଯିବ । ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ତ୍ଵାବଧାନରେ ବିବାଦର ସମାଧାନ ପାଇଁ ଉଦ୍ୟମ ଚାଲିଛି।

ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ୨୧ଟି ଗାଁକୁ ନେଇ ସମସ୍ୟା ରହିଛି। ସେହିପରି ବାଲେଶ୍ୱର ଓ ପଶ୍ଚିମବଙ୍ଗରେ ରହିଛି ସୀମା ବିବାଦ। ଏହାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କିମିଟି ହୋଇଛି। ଝାଡ଼ଖଣ୍ଡ ସହିତ ଓଡ଼ିଶାର କିଛି ଜିଲ୍ଲାର ବିବାଦ ରହିଥିଲେ ମଧ୍ୟ ସମୟପୋଚିତ ପଦକ୍ଷେପ ଯୋଗୁ ବଡ ଧରଣର ସମସ୍ୟା ଉପୁଜିନି।

ଏହି ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତ ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ପଡ଼ୋଶୀ ରାଜ୍ୟ ଦାଦାଗିରି କରୁଛି। ମନ୍ତ୍ରୀ କିଛି ବୁଝୁନାହାନ୍ତି କିମ୍ବା ସୀମା ବିବାଦ ଭିତରକୁ ପଶୁନାହାନ୍ତି। ସୀମାରେ ଥିବା ଲୋକଙ୍କ ପ୍ରତି ସରକାରଙ୍କ ନିଘା ନାହିଁ। ବାଲେଶ୍ୱର ଓ ଭଦ୍ରକରେ ଅନୁପ୍ରବେଶ କରି ପ୍ରବେଶ କରୁଛନ୍ତି। ଏ ପ୍ରସଙ୍ଗରେ ସମାଧାନ ପାଇଁ ସର୍ବଦଳୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ସେ ଦାବି କରିଛନ୍ତି।

  ସାବତ ପୁଅକୁ ବାହାହୋଇ ମହିଳା ହେଲେ କନ୍ୟା ସନ୍ତାନର ଜନନୀ

ସେହିପରି ମୋହନ ମାଝୀ କହିଲେ ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାର ସୀମାବିବାଦ ରହିଛି। କୋରାପୁଟରେ ୨୧, ଗଜପତିରେ ୧୬ ଗାଁ ସହିତ ବିବାଦ ରହିଥିବାରୁ ସେଠାରେ କୌଣସି ବିକାଶ ହେଉନି। ଫଳରେ ଲୋକେ ପଡ଼ୋଶୀ ରାଜ୍ୟ ଆଡ଼କୁ ଢଳୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକଲେ ବିବାଦର ସମାଧାନ ହେବନାହିଁ ବୋଲି ସେ କହିଥିଲେ।

ମତାମତ ଦିଅନ୍ତୁ ।