ଆରଟିଓ ଅଫିସ ନଯାଇ ମିଳିପାରିବ ୧୮ଟି ସେବା

ନୂଆଦିଲ୍ଲୀ : ଏଣିକି ଆରଟିଓ ଅଫିସକୁ ନଯାଇ ୧୮ଟି ସେବା ମିଳିପାରିବ। କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ମାର୍ଚ୍ଚ ୪ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ସବୁ ସେବା ମଧ୍ୟରେ ରହିଛି ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡ଼ି ରେଜିଷ୍ଟ୍ରେସନ, ଲର୍ଣ୍ଣର ଲାଇସେନ୍ସ ଇତ୍ୟାଦି। ଯାହା ଅନଲାଇନରେ ଉପଲବ୍ଧ ହୋଇପାରିବ।

ସଡ଼କ ଓ ପରିବହନ ମନ୍ତ୍ରାଳୟର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଆଉ ଆଧାର ମାଧ୍ୟମରେ ଆରଟିଓରେ ମିଳୁଥିବା ୧୮ଟି ସେବାକୁ ଯୋଡ଼ାଯାଇଛି। ଅନଲାଇନରେ ଲୋକମାନେ ଏ ସବୁ ସେବା ମାଗଣାରେ ପାଇପାରିବେ।

Leave a Reply

Your email address will not be published. Required fields are marked *

Back to top button