Breaking Newsଦେଶ-ବିଦେଶ

ଆସନ୍ତା ମାସରେ କରୋନା ଟିକା ଉତ୍ପାଦନ କରିବ ରୁଷ

ନୂଆଦିଲ୍ଲୀ : ରୁଷ ଆସନ୍ତା ମାସରେ କରୋନା ଟିକା ବହୁଳ ସଂଖ୍ୟାରେ ରୁଷ ଉତ୍ପରଦନ କରିବାକୁ ଯାଉଛି। ଏହି ଟିକାର ବିଶ୍ଵବ୍ୟାପି ପରୀକ୍ଷା ଜାରି ରହିଛି। ରୁଷ କହିଛି ଆସନ୍ତା ବର୍ଷ ଯାଏଁ ପ୍ରତି ମାସରେ ଅନେକ ମିଲିୟନ ଡୋଜ ପ୍ରସ୍ତୁତ କରିବ। ରୁଷ ରାଜଧାନୀ ମସ୍କୋରେ ଗମାଲେୟା ସଂସ୍ଥାର ପରୀକ୍ଷା ଆଡଭାନ୍ସ ଷ୍ଟେଜ୍ ଯାଏଁ ପହଞ୍ଚି ଯାଇଛି। ଖୁବ୍ ଶୀଘ୍ର ରେଜିଷ୍ଟେସନର ପ୍ରକ୍ରିୟା ପୂରା ହୋଇଯିବ।

ଅନ୍ୟପକ୍ଷରେ ଏକ ସାକ୍ଷାତାରରେ ରୁଷର ଉଦ୍ୟୋଗ ମନ୍ତ୍ରୀ ଡେନିସ୍ ମଣ୍ଟୁରୋବ କହିଛନ୍ତି ଆମେ ସେପ୍ଟେମ୍ବର ମାସରେ ବହୁଳ ମାତ୍ରାରେ ଟିକା ଉତ୍ପାଦନ ଆରମ୍ଭ କରିବାର ଆଶା କରୁଛୁ। ସେହିପରି ଏହି ଟିକାକୁ ଫାଇନାନ୍ସ କରୁଥିବା କମ୍ପାନୀ ରୁଷି ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ପ୍ରମୁଖ କହିଛନ୍ତି ଆଶା ରହିଛି କୋଭିଡ-୧୯ ଭ୍ୟାକସିନର ପଞ୍ଜୀକରଣ ୧୦ଦିନ ଭିତରେ ପୂରା ହୋଇଯିବ।

ମତାମତ ଦିଅନ୍ତୁ ।

Back to top button