ଅଭିନେତା ଏଜାଜ ଖାନ୍‌ ଗିରଫ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଅଭିନେତା ଏଜାଜ ଖାନ୍‌ଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଗିରଫ କରିଛି। ତାଙ୍କ ଘରୁ କିଛି ନିଶା ଔଷଓ ଜବତ ହୋଇଛି।

ଖବର ଅନୁଯାୟୀ ମଙ୍ଗଳବାର ଏଜାଜ ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ତାଙ୍କୁ ଏୟାରପୋର୍ଟରୁ ଅଟକ ରଖାଯାଇଥିଲା। ଡ୍ରଗ୍ ପ୍ୟାଡଲର୍ ଶାଦାବ ବଟାଟାଙ୍କ ଗିରଫଦାରୀ ଫାରୁଖ ବଟାଟା ଓ ପୁଅ ଶାଦାବ ବଟାଟା ସହ ଏଜାଜ ଖାନ କାମ କରୁଥିଲେ। ଏହି ମାମଲାରେ ତାଙ୍କୁ ଏନ୍‌ସିବି ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ବିଳମ୍ୱିତ ରାତିରେ ଗିରଫ କରିଛି। ଗିରଫ ପରେ ଅନ୍ଧେରୀ ଓ ଲୋଖଣ୍ଡୱାଲାର କିଛି ସ୍ଥାନରେ ଚଢ଼ଉ ହୋଇଛି। ଏହି ସମୟରେ ଡ୍ରଗ ମିଳିଛି କି ନାହିଁ ତାହା ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ ନିକଟରେ ମୁମ୍ବାଇର ସବୁଠାରୁ ବଡ଼ ଡ୍ରଗ୍ ସପ୍ଲାୟର୍ ଫାରୁକ୍ ବଟାଟାଙ୍କ ପୁଅ ଶାଦାବଙ୍କୁ ଏନସିବି ଗିରଫ କରିଥିଲା। ତାଙ୍କ ପାଖରୁ ପାଖରୁ ପାଖାପାଖି ୨ କୋଟି ଟଙ୍କାର ଡ୍ରଗ୍ସ ଜବତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button