ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର : ଅଭିନେତ୍ରୀ ଦୀପା ସାହୁଙ୍କର ଆଜି ପରଲୋକ ହୋଇଯାଇଛି। ସେ ଜରାୟୁ କର୍କଟରେ ପୀଡ଼ିତ ଥିଲେ। କିଛିଦିନ ତଳେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା। ଅବସ୍ଥା ଗୃରୁତର ହେବାରୁ ତାଙ୍କୁ ଏକ ବେସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ଦେଇଛନ୍ତି ତାଙ୍କ ସ୍ୱାମୀ ମନିନ୍ଦ୍ର ଦତ୍ତ। ଦୀପା ସାହୁ ଆଲବମ ହିରୋଇନି ଭାବରେ ଓଡିଶାରେ ବେଶ ପରିଚିତ ଥିଲେ।

ମତାମତ ଦିଅନ୍ତୁ ।