ଅଭିନେତ୍ରୀ କାଞ୍ଚି ସିଂହଙ୍କୁ କରୋନା

ମୁମ୍ବାଇ : ଟେଲିଭିଜିନ ଅଭିନେତ୍ରୀ କାଞ୍ଚି ସିଂହ କରୋନାରେଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେଆର କରି ସୂଚନା ଦେଇଛନ୍ତି।

ଅଭିନେତ୍ରୀ କାଞ୍ଚି ସିଂହ ଟିଭି ଶୋ’ `ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ତାଙ୍କ ଅପ୍‌କମିଂ ଫିଲ୍ମର ଶୁଟିଂ ପାଇଁ ଭୋପାଲ ଯାଇଥିଲେ। ସେଠାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିବାରୁ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। କାଞ୍ଚି ପ୍ରଶଂସକ ଓ ସାଙ୍ଗସାଥୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଆମେ ଘର ଭିତରେ ରହି ଭାଇରସ ସହ ଲେଢ଼ଇ କରିପାରିବ। କାଞ୍ଚି ସିଂହ କହିଛନ୍ତି ଏବେ ସେ ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିପାଇଁ ବେଶ୍‌ ଉତ୍ସାହିତ। ଖୁବ ଶୀଘ୍ର ସୁସ୍ଥ ହୋଇ ପୁଣି ଶୁଟିଂ ଆରମ୍ଭ କରିବେ।

Leave a Reply

Your email address will not be published. Required fields are marked *

Back to top button